ମୁଷାପାଲ୍ଲୀ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ଅନୁଗୁଳ ମୁଷାପାଲ୍ଲୀ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ସମ୍ପୃକ୍ତ ଦୁଇଭାଇଙ୍କ ମଧ୍ୟରୁ ଜଣକୁ ଗିରଫ କରିବା ସହ ତା’ ନିକଟରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ଓ ଭୁଜାଲି ଜବତ କରିଛି ପୋଲିସ । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୋଲିସ ।

ଜମିଜମା ବିବାଦକୁ ନେଇ ବୁଧବାର ସନ୍ଧ୍ୟାରେ ଏହି ହତ୍ୟାକଣ୍ଡ ଘଟିଥିଲା । ମୁଷାପାପୁଲ୍ଲୀ ଛକରେ ରନ୍ତେଳେଇ ଗ୍ରାମର ଦୁଇଭାଇ ଦୁଷ୍ମନ୍ତ ସେନାପତି ଓ ଦୁଃଶାସନ ଛିଡା ହୋଇଥିଲେ । ଏହି ସମୟରେ ରାନ୍ତଳେଇ ଗ୍ରାମର ଦୟାନିଧି ସେନାପତିଙ୍କ ଦୁଇପୁଅ ସନ୍ତୋଷ ଓ ସୁଜନ ବାଇକରେ ଆସି ସେମାନଙ୍କ ଉପରକୁ ଅଚାନକ ଗୁଳି ଚଲାଇବା ସହ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ଦୁଷ୍ମନ୍ତଙ୍କ ଜୀବନ ଚାଲିଚାଇଥିବା ବେଳେ ଗୁରୁତର ଦୁଃଶାସନଙ୍କୁ ପ୍ରଥମେ ଅନୁଗୁଳ ମାଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଜମିଜମା ବିବାଦକୁ ନେଇ ହତ୍ୟାକଣ୍ଡ ଘଟିଥିବା ଜାଣିବାକୁ ପାଇଥିଲା ପୋଲିସ । ତେବେ ଆଜି ସୁଜନକୁ ଗିରଫ କରିଛି । ଡେରେଜାଙ୍ଗ ଡ୍ୟାମ ପାଣିରେ ସୁଜନ ଲୁଚାଇ ଥିବା ବନ୍ଧୁକ ଓ ଭୁଜାଲିକୁ ଜବତ କରିଛି ପୋଲିସ । ସନ୍ତୋଷ ଏବେବି ଫେରାର ଅଛି । ଖୁବଶୀଘ୍ର ସନ୍ତୋଷକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!