Masthead

ଖେଳପଡ଼ିଆ ଜବରଦଖଲକୁ ବିରୋଧ କଲା ଆଦିବାସୀ ଦଳିତ ସେନା

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ପୁଟିବନ୍ଧସ୍ଥିତ ୟୁଜିଏମଇ ସ୍କୁଲ ସମ୍ମୁଖ ସରକାରୀ ଜମିରେ ଥିବା ଖେଳପଡ଼ିଆକୁ ଜବରଦଖଲ କରାଯାଉଛି। ଏହାକୁ ବିରୋଧ କରିଛି ଓଡ଼ିଶା ଆଦିବାସୀ ଦଳିତ ସେନା। ଏହି ସ୍କୁଲରେ ମୁଖ୍ୟତଃ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ସେମାନେ ଖେଳକୁଦ ପାଇଁ ଏହି ଖେଳପଡ଼ିଆ ବ୍ୟବହାର କରୁଛନ୍ତି। କିନ୍ତୁ ବର୍ତ୍ତମାନ କେତେକ ଜମିମାଫିଆ ଖେଳପଡ଼ିଆକୁ ନିଜ କଲୋନୀକୁ ରାସ୍ତା ବନାଇବା ଆଳରେ ଜବରଦଖଲ କରିବାକୁ ଚେଷ୍ଟା କରୁଥିବା ସ୍ଥାନୀୟ ଆଦିବାସୀ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ମାନେଶ୍ୱର ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ତହସିଲଦାର ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ଧମକଚମକ ଦେବାସହ ଦୁର୍ବ୍ୟବହାର କରିଥିବା ଆଦିବାସୀ ଦଳିତ ସେନା ଅଭିଯୋଗ କରିଛି। ଦଳିତ ସେନାର ପ୍ରାୟ ୫ଶହ ସଦସ୍ୟ ଏ ନେଇ ଶନିବାର ଧନୁପାଲି ଥାନା ସମ୍ମୁଖରେ ବିକ୍ଷୋଭ କରିବା ସହ ତହସିଲଦାରଙ୍କ ବିରୋଧରେ ଏତଲା ଦେଇଛନ୍ତି। ତହସିଲଦାରଙ୍କୁ ନିଲମ୍ବନ ଅଥବା ବଦଳି କରିବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ କରିବାକୁ ସେନା ଚେତାବନୀ ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର