Masthead

ଖେଳପଡ଼ିଆ ଜବରଦଖଲକୁ ବିରୋଧ କଲା ଆଦିବାସୀ ଦଳିତ ସେନା

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ପୁଟିବନ୍ଧସ୍ଥିତ ୟୁଜିଏମଇ ସ୍କୁଲ ସମ୍ମୁଖ ସରକାରୀ ଜମିରେ ଥିବା ଖେଳପଡ଼ିଆକୁ ଜବରଦଖଲ କରାଯାଉଛି। ଏହାକୁ ବିରୋଧ କରିଛି ଓଡ଼ିଶା ଆଦିବାସୀ ଦଳିତ ସେନା। ଏହି ସ୍କୁଲରେ ମୁଖ୍ୟତଃ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ସେମାନେ ଖେଳକୁଦ ପାଇଁ ଏହି ଖେଳପଡ଼ିଆ ବ୍ୟବହାର କରୁଛନ୍ତି। କିନ୍ତୁ ବର୍ତ୍ତମାନ କେତେକ ଜମିମାଫିଆ ଖେଳପଡ଼ିଆକୁ ନିଜ କଲୋନୀକୁ ରାସ୍ତା ବନାଇବା ଆଳରେ ଜବରଦଖଲ କରିବାକୁ ଚେଷ୍ଟା କରୁଥିବା ସ୍ଥାନୀୟ ଆଦିବାସୀ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ମାନେଶ୍ୱର ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ତହସିଲଦାର ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ଧମକଚମକ ଦେବାସହ ଦୁର୍ବ୍ୟବହାର କରିଥିବା ଆଦିବାସୀ ଦଳିତ ସେନା ଅଭିଯୋଗ କରିଛି। ଦଳିତ ସେନାର ପ୍ରାୟ ୫ଶହ ସଦସ୍ୟ ଏ ନେଇ ଶନିବାର ଧନୁପାଲି ଥାନା ସମ୍ମୁଖରେ ବିକ୍ଷୋଭ କରିବା ସହ ତହସିଲଦାରଙ୍କ ବିରୋଧରେ ଏତଲା ଦେଇଛନ୍ତି। ତହସିଲଦାରଙ୍କୁ ନିଲମ୍ବନ ଅଥବା ବଦଳି କରିବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ କରିବାକୁ ସେନା ଚେତାବନୀ ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ