Masthead

ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା

ପାଞ୍ଚ ବର୍ଷ ପରେ ଚାଇନା ନାଗରିକଙ୍କୁ ପର୍ଯ୍ୟଟନ ଭିଜା ପ୍ରଦାନ କରିବାକୁ ଗୋଷଣା କରିଛନ୍ତି ଭାରତ ସରକାର ।

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୀର୍ଘ ପାଞ୍ଚ ବର୍ଷ ପରେ ଚାଇନା ନାଗରିକଙ୍କୁ ପର୍ଯ୍ୟଟନ ଭିଜା ପ୍ରଦାନ କରିବାକୁ ଗୋଷଣା କରିଛନ୍ତି ଭାରତ ସରକାର । ଆସନ୍ତା କାଲିଠାରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । କୋଭିଡ-୧୯ ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପର୍ଯ୍ୟଟନ ଭିଜାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଥିଲେ ।

ସେବେଠାରୁ ଚାଇନା ପର୍ଯ୍ୟଟନ ସେବାକୁ ବନ୍ଦ କରାଯାଇଥିଲା । ଭାରତୀୟ ଭିଜା ଫେରସ୍ତ ପାଇଁ ଆବେଦନ କରିବା ସମୟରେ ଏକ ବିଧିବଦ୍ଧ ‘ପାସପୋର୍ଟ ପ୍ରତ୍ୟାହାର ପତ୍ର’ ବାଧ୍ୟତାମୂଳକ । ୧୯୬୨ ମସିହାର ଯୁଦ୍ଧ ପରଠାରୁ ଦୁି ଦେଶ ମଧ୍ୟରେ ପରିସ୍ଥିତି ସବୁଠୁ ଖରାପ ସ୍ଥିତିରେ ପହଞ୍ଚିଥିଲା । ପରେ ୨୦୨୦ ମସିହାର କୋଭିଡ-୧୯ ମହାମାରୀ ଏବଂ ଗଲୱାନ ଉପତ୍ୟାକାରେ ହୋଇଥିବା ଭାରତ ଏବଂ ଚାଇନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଯାତ୍ରା ଏବଂ ପାରସ୍ପରିକ ଯୋଗାଯୋଗ ସ୍ଥଗିତ ହୋଇଥିଲା ।

ପ୍ରଥମେ ଚାଇନା ଭାରତୀୟ ଛାତ୍ର ଏବଂ ବ୍ୟବସାୟୀ ମାନଙ୍କୁ ଭିଜା ଦେବା ଆରମ୍ଭ କରିଥିଲା । କିନ୍ତୁ ସାଧାରଣ ଯାତ୍ରା ଉପରେ ଜାରି ରହିଥିଲା କଟକଣା । ଏବେ ଭାରତ ଏବଂ ଚାଇନା ଉଭୟ ଦେଶର ଲୋକମାନଙ୍କ ଭିତରେ ସମ୍ପର୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି । ତେଣୁ ସିଧା ସଳଖ ବିମାନ ଚଳାଚଳ ଆରମ୍ଭ ସହ କୈଳାସ ମାନସରବର ଯାତ୍ରା ପୁନଃ ଅରମ୍ଭ କରିବାର ଚାଲିଚି ଯୋଜନା । ବୈଦେଶିକ ମନ୍ତ୍ରୀ ଏସ ଜୟସଙ୍କର ମଧ୍ୟ କହିଛନ୍ତି ଧିରେ ଧିରେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ବୃଦ୍ଧି ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ