Masthead

ଆଜି ଆସିବ ରାଜ୍ୟ ବଜେଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବିଧାନସଭାରେ ଉପସ୍ଥାପନା ହେବ ରାଜ୍ୟ ବଜେଟ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୪ଟାରେ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷର ବଜେଟ ୩ ଲକ୍ଷ ୨୦ ହଜାର କୋଟି ଛୁଇଁବା ଆକଳନ । ଗତ ଆର୍ଥିକ ବର୍ଷରେ ବ୍ୟୟବରାଦ ଥିଲା ୨ ଲକ୍ଷ ୯୦ ହଜାର କୋଟି । ଚାଷୀ ସମସ୍ୟା ନେଇ ଲଗାତାର ଚତୁର୍ଥ ଦିନରେ ଗୃହ ହୁଲସ୍ତୁଲ ହୋଇପାରେ । ବଜେଟରେ ମୁଖ୍ୟମନ୍ତ୍ରୀ ବିକଶିତ ଓଡିଶା ଗଠନ ଲକ୍ଷ୍ୟ ହାସଲ କରିବାକୁ ନୂଆ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ କିଛି ନୂଆ ଯୋଜନା ଆଣିପାରନ୍ତି ସରକାର। ଇନପୁଟ ସବସିଡି ଓ ସୁଭଦ୍ରା ଯୋଜନା ପାଇଁ ଅଧିକ ବ୍ୟୟବରାଦ ହେବାର ସମ୍ଭାବନା ରହିଛି। ସେହିଭଳି ଗ୍ରାମୀଣ ବିକାଶ ଓ ରୋଜଗାର ପାଇଁ ଅଧିକ ଅନୁଦାନ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ। କ୍ୟାପିଟାଲ ରିଜନ ରିଂ ରୋଡ, ଅର୍ଥନୈତିକ କରିଡର ଭଳି ନୂଆ ଯୋଜନା ପାଇଁ ମଧ୍ୟ ବଜେଟରେ ବଡ ବ୍ୟୟବରାଦ ହେବ। ଏଥିସହିତ ଭିତ୍ତିଭୂମି, ଶିଳ୍ପ ଓ ପରିବହନର କ୍ଷେତ୍ରରେ ନିଆଯାଇପାରେ ବଡ଼ ନିଷ୍ପତ୍ତି।
ଅନ୍ୟପଟେ ବଜେଟ ବୃଦ୍ଧିକୁ କଟାକ୍ଷ କରିଛନ୍ତି ବିରୋଧୀ । ଖର୍ଚ୍ଚ କରିବାର ସାମର୍ଥ୍ୟ ନାହିଁ, ବଜେଟ୍‌ ବୃଦ୍ଧି କରି ଲାଭ କ’ଣ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟ ବିରୋଧୀ ବିଜେଡି । ସେହିଭଳି କଂଗ୍ରେସ କହିଛି ବଜେଟ୍‌ର ପ୍ରତିଫଳନ ରାଜ୍ୟ ବିକାଶରେ ଦେଖିବାକୁ ମିଳୁନି । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଆଗତ କରିବେ। ଆଜି ଚତୁର୍ଥ ଦିନରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ। ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀଛଟଣୀ ପ୍ରସଙ୍ଗକୁ ଉଠାଇ ପାରନ୍ତି ବିରୋଧୀ। ବିଦ୍ୟାଳୟ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ, ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଯୁବ କଲ୍ୟାଣ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ। କଂଗ୍ରେସ ମଣ୍ଡି ଅବ୍ୟବସ୍ଥାକୁ ନେଇ ମୁଲତବୀ ପ୍ରସ୍ତାବ ଆଣିଛି। ତେବେ ଗୃହ କାର୍ୟ୍ୟ ସ୍ୱାଭାବିକ ହେବ କି ନାହିଁ ତାହାକୁ ନେଇ ସଂନ୍ଦେହ ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି