ପରିବାରର ୬ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ହୃଦୟ ବିଦାରକ ଘଟଣା । ଘର ମଧ୍ୟରୁ ପରିବାରର ୬ ସଦସ୍ୟଙ୍କ ମୃତଦେହ ଉଦ୍ଧାର । ସହରର ବରହ୍ମପୁରାରେ ଗୋଟିଏ ପରିବାରର ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବୁଲୁ ଯାନୀ (୫୪), ତାଙ୍କ ୪୮ ବର୍ଷୀୟ ସ୍ତ୍ରୀଙ୍କ ସମେତ ଦୁଇ ପୁଅ ଏବଂ ଦୁଇ ଝିଅ । ଏମାନେ ସମସ୍ତେ ବିହାର ପ୍ରଦେଶର । ପ୍ରାୟ ୧୦ ବର୍ଷ ତଳେ ଏହି ପରିବାର ଏଠାକୁ ପଳାଇ ଆସି ଅସ୍ଥାୟୀ ଘରକରି ରହୁଥିଲେ । ଜଙ୍ଗଲରୁ ମହୁ ସଂଗ୍ରହ କରି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ । ପାରିପାର୍ଶିକ ପରିସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

କେହି ଦୁର୍ବୃତ୍ତ ରାତିରେ ଏମାନଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁୁଛି । ଗୋଟିଏ କୋଠରିରେ ସମସ୍ତଙ୍କ ମୃତଦେହ କମ୍ବଳ ଘୋଡ଼ାଯାଇ ପଡ଼ି ରହିଥିଲା । ନିକଟରେ ଚନ୍ଦନ, ସିନ୍ଦୂର ଲାଗିଥିବା ଏକ ଘଡ଼ି ପଡ଼ି ରହିଥିଲା । ଏଣୁ ପୂଜାପୂଜି କିମ୍ବା ଗୁଣିଗାରେଡ଼ି ପାଇଁ ଏମାନଙ୍କୁ ବଳି ଦିଆଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି, ପାଟଣାଗଡ଼ ପୋଲିସ ସହ ତହସିଲଦାର ତଥା ମାଜିଷ୍ଟ୍ରେଟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସମସ୍ତଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟ ସ୍ଥାନରେ ଗଭୀର କ୍ଷତ ଥିିବା ତହସିିଲଦାର ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!