Masthead

ନୀତୀଶ ମୁଖ୍ୟମନ୍ତ୍ରୀ ହେଲେ ଜାଣନ୍ତୁ କ’ଣ ରହିବ ଏଲଜେପିର ଆଭିମୁଖ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନ ସରି ମଙ୍ଗଳବାର ବିଳମ୍ବିତ ରାତିରେ ଗଣତି ସରିଛି । ଫଳାଫଳ ବି ପ୍ରକାଶ ପାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ଜନତା ଆଉଥରେ ଭରସା କରିଛନ୍ତି । ନୀତୀଶ ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ଏକପ୍ରକାର ସ୍ପଷ୍ଟ ହୋଇଛି । ସେପଟେ କଂଗ୍ରେସ, ଆରଜେଡି ଓ ବାମଦଳ ଏକାଠି ନିର୍ବାଚନ ଲଢ଼ି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମ୍ୟାଜିକ୍ ନମ୍ବରଠାରୁ ମାତ୍ର ୧୨ଟି ଆସନ ପଛରେ ରହି ବିରୋଧୀଦଳରେ ବସିବାକୁ ବାଧ୍ୟ ହୋଇଛି । କଂଗ୍ରେସ, ଆରଜେଡି ଓ ବାମଦଳକୁ ନେଇ ଗଠିତ ମହାଗଠବନ୍ଧନକୁ ୧୧୦ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସେପଟେ ଏକାକୀ ନିର୍ବାଚନ ଲଢ଼ିଥିବା ସ୍ୱର୍ଗତ ରାମବିଲାସ ପାଶୱାନଙ୍କ ପୁଅ ତଥା ଏଲଜେପି ମୁଖ୍ୟ ଚିରାଗ ପାଶୱାନ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ମାତ୍ର ଗୋଟିଏ ଆସନ ପାଇଛି ।

ଆଜି ପୂର୍ବାହ୍ନରେ ଚିରାଗ ସାମ୍ବାଦିକ ସମ୍ମିଳନୀ କରି ଜନମତକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଆଗକୁ ବିହାର ବିକାଶ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ତକ୍ଷେପ କରିବା ଦରକାର । ଏଥିପାଇଁ ଜନତା ତାଙ୍କୁ ଭୋଟ ଦେଇଛନ୍ତି । ଏଲ୍ଜେପିକୁ ପାଖାପାଖି ୨୫ ଲକ୍ଷ ଲୋକ ଭୋଟ ଦେଇଛନ୍ତି । ଏହି ନିର୍ବାଚନରେ ଏଲଜେପି ଏକାକୀ ନିର୍ବାଚନ ଲଢ଼ିଥିବାରରୁ ଦଳର ଆତ୍ମବିଶ୍ୱାସ ବଢ଼ିଛି । ବିଜେପିକୁ କିପରି ଅଧିକ ଆସନ ମିଳିବ ତାହା ଦଳର ଆଭିମୁଖ୍ୟ ଥିଲା । ଜେଡିୟୁ ଅଧିକ କ୍ଷତିଗ୍ରସ୍ତ ହେଉ ବୋଲି ଏଲଜେପି ଚାହୁଁଥିଲା । ଏହି ଅଭିମୁଖ୍ୟରେ ଆମେ ସଫଳ ହୋଇଛୁ । ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତି ଏଲଜେପି ତାଙ୍କୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଚିରାଗ ପାଶୱାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା