Masthead

୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଜନଜୀବନ । ପଶ୍ଚିମରୁ ଉପକୂଳ ସବୁଠି ତାତି । ଆହୁରି ୪ ଦିନ ଆକାଶରୁ ବର୍ଷିବ ।  ଆଜି ପାଇଁ ବଲାଙ୍ଗୀର ସମ୍ବଲପୁର ଓ ଝାରସୁଗୁଡ଼ା ଏହି ୩ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହାସହ ଖୋର୍ଦ୍ଧା , କଳାହାଣ୍ଡି ନୂଆପଡ଼ା ଓ ବୌଦ୍ଧ ଏହି ୪ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ଉପକୂଳ ଓ ପଶ୍ଚିମ ଓଡ଼ିଶାର ୧୨ ଜିଲ୍ଲାକୁ ଉଷ୍ମ ଓ ଆଦର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ସମ୍ଭାବନା ବେଳେ ୨୫ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

କଳାହାଣ୍ଡି ବୌଦ୍ଧ, ଅନୁଗୁଳ, ଢେ଼ଙ୍କାନାଳ କେନ୍ଦୁଝର ଓ ମୟୂରଭଞ୍ଜ ଏହି ୬  ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ  ୫୦ ରୁ ୬୦ କିମି ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ୧୯ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୩୦ ରୁ ୪୦ କିମି ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୪ ଦିନ ଅର୍ଥାତ ୨୭ ତାରିଖପର୍ଯ୍ୟନ୍ତ ଗ୍ରୀଷ୍ମର ଏଭଳି ସ୍ଥିତି ଲାଗି ରହିବ।  ଏପରିକି  କାଳବୈଶାଖୀର ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଗତକାଲି ୧୨ ଟି ଜାଗାରେ ୪୧ ଡିଗ୍ରି ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ୪୫.୨ ଡିଗ୍ରି ଝାରସୁଗୁଡ଼ାରେ ରେକର୍ଡ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର