କିଏ ଜିତିବ IPL ୨୦୨୬ ମୁକୁଟ ?

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ଆଜି ହେବାକୁ ଯାଉଛି ଚଳିତ ଆଇପିଏଲ୍‌ର ଫାଇନାଲ୍ ଫାଇଟ୍‌ । ୬୪ ଦିନ ଓ ୭୩ ମ୍ୟାଚ୍‌ର ଘମାଘୋଟ ଲଢ଼େଇ ପରେ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ ଦୁଇ ଟେବୁଲ୍‌ ଟପର୍‌ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ଗୁଜରାଟ ଟାଇଟନ୍ସ (ଜିଟି)। ଉଭୟ ନିଜ ନିଜର ଦ୍ବିତୀୟ ଟ୍ରଫି ଜିତିବାକୁ ଜବରଦସ୍ତ ଯୁଦ୍ଧ କରିବେ । ୨୦୨୨ର ପଦାର୍ପଣ ଋତୁରେ ହିଁ ବିଜେତା ହେବାର ଗୌରବ ଅର୍ଜନ କରିଥିଲା ଗୁଜରାଟ । ଅନ୍ୟପକ୍ଷରେ ୧୮ବର୍ଷର ଅପେକ୍ଷା ପରେ ଗତ ଋତୁରେ ପ୍ରଥମ ଥର ବିଜେତା ହେବାର ସୌଭାଗ୍ୟ ପାଇଥିଲା ବେଙ୍ଗାଲୁରୁ ।

ସେଥିପାଇଁ ବେଙ୍ଗାଲୁରୁ ଲଗାତାର ଟ୍ରଫି ଜିତିବା ଏବଂ ଗୁଜରାଟ ଘରୋଇ ପରିବେଶରେ ବିଜେତା ହେବାର ଗୌରବ ଅର୍ଜନ କରିବା ଲକ୍ଷ୍ୟରେ ରହିବ। ବେଙ୍ଗାଲୁରୁ ଗତବର୍ଷ ଅହମଦାବାଦରେ ବିଜୟ ମୁକୁଟ ପିନ୍ଧିଥିବାରୁ ଏଥର ବି ସେଠାରେ ଲଗାତାର ଦ୍ବିତୀୟ ଥର ଫାଇନାଲ୍‌ ଖେଳି ଦ୍ବିତୀୟ ଟ୍ରଫି ହାତେଇବା ଆଶାରେ ଅଛି। ବେଙ୍ଗାଲୁରୁ ପଞ୍ଚମ ଏବଂ ଗୁଜରାଟ ତୃତୀୟ ଥର ଫାଇନାଲ୍‌ ଖେଳିବ।  ଉଭୟ ଦଳ ଦ୍ୱିତୀୟ ଟାଇଟଲ ହାସଲ କରିବାକୁ ପ୍ରସ୍ତୁତ ରହିଛନ୍ତି । ଫଳରେ ଆଜିର ମ୍ୟାଚ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!