ଭୁବନଶ୍ୱେର (ବଡ଼ ଖବର ବ୍ୟୁରୋ):ସାରା ବିଶ୍ୱ ପାଳୁଛି ବିଶ୍ୱ ପରିବେଶ ଦିବସ । ଜୁନ୍ ୫ କୁ ଆମେ ବିଶ୍ୱ ପରିବେଶ ଦିବସ ରୂପେ ପାଳିଥାଉ । ବିଶ୍ୱ ପରିବେଶ ଦିବସ ସାରା ବିଶ୍ୱରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ବୃକ୍ଷରୋପଣ ଅଭିଯାନ ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଥାଏ । ଏହି ଦିବସର ଉଦେ୍ଶ୍ୟ ଲୋକମାନଙ୍କୁ ପ୍ରକୃତିର ସୁରକ୍ଷା ଏବଂ ସ୍ଥାନୀୟ ଜୀବନଶୈଳୀ ଆପଣାଇବା ପାଇଁ ପ୍ରେରିତ କରିବା । ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀସଂସ୍ଥା ଏବଂ ପରିବେଶ ସଂଗଠନଗୁଡିକ ପ୍ରଦୂଷଣ ହ୍ରାସ, କମ୍ ପ୍ଲାଷ୍ଟିକ୍ ବ୍ୟବହାର ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।
ଏହି ବର୍ଷର ପାଳନ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଠନ ପାଇଁ ସାମୂହିକ ପ୍ରୟାସ ଉପରେ କେନ୍ଦ୍ରିତ । ବିଶ୍ୱ ପରିବେଶ ଦିବସ ବର୍ତ୍ତମାନ ଓ ଭବିଷ୍ୟତ ପିଢି ପାଇଁ ପରିବେଶ ସୁରକ୍ଷାର ସାମୂହିକ ଦାୟିତ୍ୱକୁ ସ୍ମରଣ କରାଏ । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ସୋସିଆଲ୍ ମିଡିଆରେ ଦେଶବାସୀଙ୍କୁ ପରିବେଶ ପ୍ରତି ସଜାଗ ରହିବାକୁ ଆହ୍ୱାନ୍ ଦେଇଛନ୍ତି । ସେ କହିଛନ୍ତି ଯେ, ପରିରେଶ ସୁରକ୍ଷା ଦାୟିତ୍ୱ କେବଳ ସରକାରଙ୍କର ନୁହେଁ ପ୍ରତ୍ୟେକ ନାଗରିକ ମାନଙ୍କର ମଧ୍ୟ । “ଏକ ଦେଶ, ଏକ ସଂକଳ୍ପ, ପରିବେଶ ସୁରକ୍ଷା ଆମର କର୍ତ୍ତବ୍ୟ” ।
