Masthead

ଆଜି ସଜବାଜ କାଲି ପହିଲି ରଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଓଡିଶାର ଗଣ ପର୍ବ ରଜକୁ ନେଇ ସମଗ୍ର ରାଜ୍ୟରେ ଉତ୍ସ।ହ ଓ ଆନନ୍ଦର ପରିବେଶ ଦେଖାଯାଉଛି । ଆଜି ସଜବାଜ ହୋଇଥିବା ବେଳେ କାଲିଠାରୁ ଆରମ୍ଭ ହେବ ପହିଲି ରଜ । ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସବୁଠି ରଜ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସଜବାଜ ଦିନରେ ଘରଦ୍ୱାର ସଫାସୁତୁରା କରାଯିବା ସହ ରଜ ପାଇଁ ବିଭିନ୍ନ ପ୍ରକାର ପିଠା,ମିଠା ଓ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ବଜାର ଗୁଡିକରେ ନୂଆ ପୋଷାକ ଅଳଙ୍କାର ଓ ରଜ ସାମଗ୍ରୀ କିଣିବାକୁ ଲୋକଙ୍କ ମଧ୍ୟରେ ଭିଡ ଦେଖିବାକୁ ମିଳିଛି । ବିଶେଷ କରି ଯୁବତୀ ଓ ମହିଳାମାନେ ନୂଆ ଶାଢୀ ଓ ପୋଷାକ କିଣିବାରେ ବ୍ୟସ୍ତ ରହିଛନ୍ତି । ରାତି ପାହିଲେ ପ୍ରତି ଓଡିଆଙ୍କ ପାଇଁ ରଜ ୫ଦିନିଆ ପର୍ବ । ସଜବାଜରୁ ଆରମ୍ଭ ହେଉଥିବା ଏହି ପର୍ବ ବସୁମତି ସ୍ନାନରେ ଶେଷ ହୋଇଥାଏ । ପହିଲି ରଜରେ କୁମାରୀମାନେ ଦୋଳି ଖେଳ , ରଜ ଗୀତ, ପୋଡପିଠା ଓ ରଜପାନ ସହ ରଜର ଆରମ୍ଭ କରିଥାନ୍ତି । ସେପଟେ ବୟସ୍କ ଓ ଯୁବକମାନେ ତାସ୍ ଖେଳ, ଚେସ୍ ଓ କ୍ୟାମେରା ସହ ମଜା ମଜଲିସ କରିଥାନ୍ତି । ଏହି ପର୍ବକୁ ନାରୀତ୍ୱ,ପ୍ରକୃତି ଓ କୃଷି ସଂସ୍କୃତିର ପ୍ରତିକ ଭାବେ ପାଳନ କରାଯାଏ । ଲୋକ ବିଶ୍ୱାସ ଅନୁସାରେ ଏହି ସମୟରେ ଧରିତ୍ରୀ ମାତା ଋତୁମତୀ ହୁଅନ୍ତି । , ତେଣୁ ଚାଷ କାମ ଓ ମାଟି ଖୋଳିବା ଭଳି କାର୍ଯ୍ୟରୁ ବିରତି ରଖାଯାଏ । ରଜ ପର୍ବ କେବଳ ପାରମ୍ପାରିକ ଉତ୍ସବ ନୁହେଁ , ବରଂ ଓଡିଆ ସଂସ୍କୃତି , ଐତିହ୍ୟ ଓ ସାମାଜିକ ସମ୍ପ୍ରତ୍ତିର ଏକ ସୁନ୍ଦର ନିଦର୍ଶନ । ଆଜିର ସଜବାଜ ପରେ କାଲି ପହିଲି ରଜକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଦ୍ୱିଗୁଣିତ ହୋଇଛି । ରଙ୍ଗ, ଆନନ୍ଦ ଓ ପାରମ୍ପାରିକତାରେ ଭରପୁର ଏହି ଗଣପର୍ବ ପାଳନ ପାଇଁ ଓଡିଶା ପ୍ରସ୍ତୁତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା