ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସ୍ତଫା ପରେ ସଂସଦରେ ପହଞ୍ଚିଲେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରେ ଯୋଗ ଦେବା ଆଗରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସଦର ମକର ଦ୍ୱାରରେ ଏନଡିର ସାଂସଦମାନଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସାଂସଦମାନେ ‘ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ’ ସ୍ଲୋଗାନ ମଧ୍ୟ ଦେଇଥିଲେ। ଅନେକ ସାଂସଦ ତାଙ୍କ ସମର୍ଥନରେ ତାଙ୍କ ସହିତ ନଜର ଆସିଥିଲେ।
NEET-UG ପେପର ଲିକ୍ ପରୀକ୍ଷା ବ୍ୟବସ୍ଥାରେ ଗଡବଡି କାରଣରୁ ଦିଲ୍ଲୀରେ ଚାଲିଥିବା ଛାତ୍ରଛାତ୍ରୀଙ୍କ ଦେଶବ୍ୟାପୀ ଆନ୍ଦୋଳନର ବର୍ତ୍ତମାନ ଅନ୍ତ ଘଟିଛି । ଏହି ଆନ୍ଦୋଳନ ପ୍ରାୟ ୩୫ ଦିନ ଧରି ଦିଲ୍ଲୀର ଜନ୍ତରମନ୍ତରରେ ପ୍ରଦର୍ଶନ ଚାଲିଥିଲା । ଆନ୍ଦୋଳନ ସମୟରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ସବୁଠାରୁ ବଡ଼ ପ୍ରସଙ୍ଗ ହୋଇ ରହିଥିଲା। କ୍ରମାଗତ ବର୍ଦ୍ଧିତ ଚାପ ପରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିଲେ, ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିନେଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ପରେ ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିଲେ ଧର୍ମେନ୍ଦ୍ର ପ୍ରଧାନ ।
Prev Post
ଆଗକୁ ପଢନ୍ତୁ
