Masthead

ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ଏବେ ଆହୁରି ସହଜ ଓ ସୁଲଭ ହେବ । ରାଜ୍ୟର ୭୧ଟି ସରକାରୀ ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀର ପାଠ ପଢା ଆରମ୍ଭ କରିବାକୁ ସମଗ୍ର ଶିକ୍ଷା ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଅନୁମୋଦନ ବୋର୍ଡ (PAB) ସବୁଜ ସଂଙ୍କେତ ଦେଇଛନ୍ତି । ଏହି ପଦକ୍ଷେପ ପାଇଁ ମୋଟ ୧୪୦କୋଟି ୭୩ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ମଞ୍ଜୁର ହୋଇଛି । ଏଥିମଧ୍ୟରୁ ୬୦ଟି ବିଦ୍ୟାଳୟରେ କଳା ବିଭାଗ ଓ ୧୧ଟି ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ପାଠପଢା ଆରମ୍ଭ ହେବ । ଏହା ଫଳରେ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀମାନେ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ଆଉ ଦୂର ସହରକୁ ଯିବାକୁ ପଡିବ ନାହିଁ ଏବଂ ନିଜ ଅଞ୍ଚଳରେ ହିଁ ଉଚ୍ଚଶିକ୍ଷାର ସୁଯୋଗ ପାଇପାରିବେ ।

ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପର ନିର୍ଦ୍ଦେଶ ଅନନ୍ୟା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଅନୁମୋଦନ ସମ୍ପର୍କରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷାର ଜିଲ୍ଲା ଅଧକ୍ଷମାନଙ୍କ ସୁପାରିସକୁ ଆଧାର କରି ୭୧ଟି ସରକାରୀ ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଉନ୍ନତି କରିବା ପ୍ରସ୍ତାବକୁ ପ୍ରକଳ୍ପ ଅନୁମୋଦନ ବୋର୍ଡ ଚୂଡାନ୍ତ ମଞ୍ଜୁରୀ ପ୍ରଦାନ କରିଛି । ଏହି ପଦକ୍ଷେପ ଫଳରେ ରାଜ୍ୟର ଗ୍ରାମାଞ୍ଚଳରେ ଉଚ୍ଚମାଧ୍ୟମିକ ଶିକ୍ଷାର ସୁବିଧା ଆହୁରି ବ୍ୟାପକ ହେବ ଏବଂ ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳରେ ହିଁ ଉଚ୍ଚଶିକ୍ଷାର ସୁଯୋଗ ପାଇପାରିବେ । ଶିକ୍ଷା କ୍ଷେତ୍ରରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ପ୍ରବଳ ବର୍ଷା, ଜଳମଗ୍ନ ପରିସ୍ଥିତି 🔴 ସୃଷ୍ଟି ହେଲା ଗଭୀର ଅବପାତ 🔴 ନୀଳକନ୍ଦରକୁ ଯିବେ ନୀଳମଣି 🔴 ତେଲ ଟ୍ୟାଙ୍କର-କାର ମୁହାଁମୁହିଁ ଧକ୍କା; ୧୦ ଫୁଟ ତଳକୁ ଖସିଲା କାର, ୬ ଗୁରୁତର 🔴 ତିର୍ତ୍ତୋଲରେ ପଶିଲା ବନ୍ୟା ଜଳ, ବଢ଼ିଲା ଲୋକଙ୍କ ଚିନ୍ତା 🔴 କାର୍ଗିଲର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ପ୍ରବଳ ବର୍ଷା, ଜଳମଗ୍ନ ପରିସ୍ଥିତି 🔴 ସୃଷ୍ଟି ହେଲା ଗଭୀର ଅବପାତ 🔴 ନୀଳକନ୍ଦରକୁ ଯିବେ ନୀଳମଣି 🔴 ତେଲ ଟ୍ୟାଙ୍କର-କାର ମୁହାଁମୁହିଁ ଧକ୍କା; ୧୦ ଫୁଟ ତଳକୁ ଖସିଲା କାର, ୬ ଗୁରୁତର 🔴 ତିର୍ତ୍ତୋଲରେ ପଶିଲା ବନ୍ୟା ଜଳ, ବଢ଼ିଲା ଲୋକଙ୍କ ଚିନ୍ତା 🔴 କାର୍ଗିଲର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି