Masthead

ଲୁଟ୍ ମାମଲାରେ ୬ ଗିରଫ

ସୋହେଲା (ବଡ଼ ଖବର ବ୍ୟୁରୋ): ସୁନା ଗହଣା ସହ ଟଙ୍କା ଲୁଟ ମାମଲାରେ ୬ ଜଣଙ୍କୁ ଗିରଫ କଲା ପୋଲିସ । ବରଗଡ଼ ଜିଲ୍ଲା ସୋହେଲା ଥାନା ଅଂଚଳରେ ଛତିଶଗଡ଼ ବ୍ୟବସାୟୀଙ୍କ ସୁନା ଗହଣା ଓ ନଗଦ ଟଙ୍କା ଲୁଟ ମାମଲାରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ୬ ତାରିଖରେ ରାୟପୁର ସୁନା ବ୍ୟବସାୟୀ ସାଗର ଜୈନଙ୍କ ଦୁଇ କର୍ମଚାରୀ ଏକ କାର ଯୋଗେ ବରଗଡ଼ ଆସିଥିଲେ । ତେବେ ବରମକେଳାରୁ ଫେରୁଥିବା ବାଟରେ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଜିପରେ ଆସି ଦୁଇ କର୍ମଚାରୀଙ୍କୁ ପିଛା କରିଥିଲେ । ସେମାନଙ୍କ ନିକଟରୁ ୮ଶହ ଗ୍ରାମର ସୁନା ଅଳଙ୍କାର ସହ ନଗଦ ୧ଲକ୍ଷ ୫୭ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଅନୁସନ୍ଧାନ କରି ପୋଲିସ ଏହି ୬ଜଣଙ୍କୁ ଗିରଫ କରିଥିଲା । ବ୍ୟବହୃତ ଜିପକୁ ମଧ୍ୟ ପୋଲିସ ଜବତ କରିଛି । ସେମାନଙ୍କ ନିକଟରୁ ୪୬୦ଗ୍ରାମ୍ ସୁନା ଓ ନଗଦ ୫୦ ହଜାର ଟଙ୍କା ଜବତ ହୋଇଛି ପୋଲିସ । ଅଭିଯୁକ୍ତମାନେ ହେଲେ ବରଗଡ଼ ସୋହେଲାର ରବି ବରିହା, ବଣ୍ଟି ଦାସ, ରମେଶ ଗଡ଼ତିଆ, ନାରାୟଣ ବାଗ ଓ ଖଇରେଟ ଗାଁର ମହେନ୍ଦ୍ର ସାହୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର