Masthead

ସରକାରୀ ଜମିକୁ ହାତେଇବା ଉଦ୍ୟମ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଜଙ୍ଗଲ କିସମ ଜମିକୁ ଅକ୍ତିଆର ପାଇଁ କିଛି ଲୋକଙ୍କ ଦାଦାଗିରି ଚରମ ସୀମାରେ ପହଞ୍ଚିଛି । ଗ୍ରାମ୍ୟ ଜଙ୍ଗଲର ତାରବାଡ଼ କାଟିବା ସହିତ ସିମେଣ୍ଟ ଖୁଣ୍ଟ ଭାଙ୍ଗି ଦେଇଛନ୍ତି କିଛି ଅସାଧୁ ବ୍ୟକ୍ତି । ପ୍ରତିବାଦ କରିଥିବା ମହିଳାଙ୍କୁ ଭୁଜାଲି ଦେଖାଇ ଧମକାଇଥିବା ଅଭିଯୋଗ ମଧ୍ୟ ହୋଇଛି । ପାରାଦୀପ ଲକ ଥାନା ଅଞ୍ଚଳରୁ ଆସିଛି ଏଭଳି ଖବର ।

ଗଡ଼ ପଞ୍ଚାୟତ ନିହାରୁଣୀ କନ୍ଦା ଗ୍ରାମରେ ଥିବା ଜଙ୍ଗଲ କିସମ ଓ ଅନାବାଦୀ ଜମିକୁ କିଛି ଅସାଧୁ ଲୋକ ଗୁଣ୍ଡାଗିରି କରି ଅକ୍ତିଆର କରିଥିବା ଥାନାରେ ଅଭିଯୋଗ କରିଛନ୍ତି ମହିଳା । ଏକ ଏକରରୁ ଅଧିକ ଜମିକୁ ମାଡି ବସିଥିବା କହିଛନ୍ତି ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ।

୧୯୯୯ ମହାବାତ୍ୟା ପରେ କିଛି ମହିଳା ଗୋଷ୍ଠୀ ମିଶି ନିଜସ୍ୱ ଟଙ୍କା ଖର୍ଚ୍ଚ କରି ଏହି ଜମିରେ ବୃକ୍ଷରୋପଣ କରିଥିଲେ। ଏମାନେ ଜଗାରଖା କରିବା ସହ ଗଛର ଯତ୍ନ ମଧ୍ୟ ନେଉଥିଳେ । ମାତ୍ର ଉକ୍ତ ଜମିକୁ ଲାଗିଥିବା ସ୍ଥିତବାନ ଜମିକୁ କିଛି ଲୋକ କିଣି ଏଠାରେ ଘର କରିଛନ୍ତି। ଯାହାକୁ ନେଇ ଗ୍ରାମ୍ୟ କମିଟି ତହସିଲଦାରଙ୍କ ଦ୍ୱାରସ୍ଥ ହେବା ପରେ ଏହି ଜାଗାର ମାପ କରାଯାଇଥିଲା। ପୋଲିସ, ତହସିଲଦାର , ଆରଆଇଙ୍କ ଉପସ୍ଥିତିରେ ଉକ୍ତ ଜାଗାକୁ ସିମେଣ୍ଟ ଖୁଣ୍ଟ ପୋତା ଯାଇ ତାର ଜାଲି ବୁଲାଯାଇଥିଲା । କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ଗୁଣ୍ଡା ଲଗାଇ ତାର ବାଡ଼କୁ ଭାଙ୍ଗି ଦେଇଥିଲେ । ଆଉ ପ୍ରତିବାଦ କରିଥିବା ମହିଳାଙ୍କୁ ସେମାନେ ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ । ଏହି ଅସାମାଜିକ ବ୍ୟକ୍ତିକୁ ଗିରଫ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି