ବିନା ସରପଞ୍ଚରେ ପଞ୍ଚାୟତ

ରଣପୁର (ବଡ଼ ଖବର ବ୍ୟୁରୋ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଇପଡ଼ା ପଞ୍ଚାୟତ ଅର୍ଜୁନପୁରରେ କୋଭିଡ ନିୟମ ମାନି ଭାରତୀୟ ଜନତା ପାର୍ଟି ଓ ପଞ୍ଚାୟତବାସୀଙ୍କ ପକ୍ଷରୁ ଏକ ସଭା ଆୟୋଜନ କରାଯାଇଥିଲା। ପଞ୍ଚାୟତରେ ହେଉଥିବା ରାସନ କାର୍ଡ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା କାର୍ୟ୍ୟରେ ଦୁର୍ନୀତି, ପାନୀୟଜଳ ଯୋଗାଣରେ ଅନିୟମିତତା, ସୋଲାର ଲାଇଟ୍ ଲଗାଇବାରେ ଫେଲ ମାରିବା ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

ରାଇପଡ଼ା ସରପଞ୍ଚ ମାସ ମାସ ଧରି ଅନୁପସ୍ଥିତ ଥିବା ଅଭିଯୋଗ ହେଉଛି । ସରପଞ୍ଚଙ୍କ ଅନୁପସ୍ଥିତି କାରଣରୁ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଠପ ହୋଇଯାଇଛି । ମାସିକ ବୈଠକ ହେଉ ନ ଥିବାରୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚାୟତବାସୀ ଏନେଇ ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି । ସାତଦିନ ମଧ୍ୟରେ ସେମାନଙ୍କ ଦାବି ପୂରଣ ନ ହେଲେ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ବୈଠକରେ ଭାରତୀୟ ଜନତା ପାର୍ଟି ନୟାଗଡ଼ ଜିଲ୍ଲା ଉପସଭାପତି ପରେଶ ମିଶ୍ର, ଜ଼ିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତାପସ ରଞ୍ଜନ ମାର୍ଥା, ଚାନ୍ଦପୁର ମଣ୍ଡଳ ସଭାପତି ଜିତେନ୍ଦ୍ର ସାହୁ, ସତ୍ୟବାନ ପରିଡ଼ା, ଜଗବନ୍ଧୁ ଜେନା, ସ୍ଥାନୀୟ ଲୋକଙ୍କ ସମେତ ପଞ୍ଚାୟତର ବହୁ କର୍ମୀ ଯୋଗ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’