Masthead

ଦୀପ ଜାଳିଲେ, ଘର ଜଳିଲା

ଜଗନ୍ନାଥପ୍ରସାଦ (ବଡ଼ ଖବର ବ୍ୟୁରୋ): ଆଲୋକର ପର୍ବ ଦୀପାବଳିରେ ଅଘଟଣ । ଜଗନ୍ନାଥ ପ୍ରସାଦ ବ୍ଲକ କୁରୁତାଇ କପିଳପଲ୍ଲୀ ଗାଁରେ ଦୀପାବଳି ପ୍ରାବଣ ଶ୍ରାଦ୍ଧ ପାଇଁ ଚଉରା ମୂଳେ ପୂଜା ଅର୍ଚ୍ଚନା ହେଉଥିଲା । ଜଳନ୍ତାକାଠିରୁ ନିଆଁ ଉଠି ଘର ଚାଳକୁ ବ୍ୟାପିଥିଲା । ଆଖି ପିଛୁଳାକେ ନିଆଁ ଲାଗି ୫ ବଖରା ପୋଡ଼ି ପାଉଁଶ ହୋଇଯାଇଛି । ଫଳରେ ୫ ପରିବାରର ୫ଟି ବଖରା ଜଳିଯାଇଛି । ଆବାସପତ୍ର ସହ ବିଭିନ୍ନ ମୂଲ୍ୟବାନ ଜିନିଷ ପୋଡିଯାଇଥିବା କୁହାଯାଇଛି । ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ, ଭଗବାନ ନାୟକ, କାଳିଆ ନାୟକ, ଲୋକନାଥ ନାୟକ ଓ ସାମନାଥ ନାୟକଙ୍କ ଘର ଜଳିଥିବା କୁହାଯାଇଛି । ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ସୂଚନା ପାଇ ବେଲଗୁଣ୍ଠା ଓ ଜଗନ୍ନାଥ ପ୍ରସାଦ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ଦୀର୍ଘଦିନ ଧରି ଆବାସ କିମ୍ବା ପକ୍ଲାଘର ଖଣ୍ଡେ ପାଇନଥିବା ଲୋକଙ୍କ ଚାଳଘର ଜଳିଯିବା ଫଳରେ ଏବେ ଭାଲେଣି ପଡ଼ିଛି । ପରିବାର ଲୋକେ ପଡୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି । କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ଦିପାବଳି ଛୁଟି ଯୋଗୁଁ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳକୁ ଯାଇନଥିବା କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା