Masthead

କେବେ ମିଳିବ ଆବାସ ଯୋଜନାରେ ଘର

କଣିହାଁ (ବଡ଼ ଖବର ବ୍ୟୁରୋ): ଆବାସ ଯୋଜନା ସାତସପନ । ଭଙ୍ଗାଘରେ ଜୀବନ ବିତାଉଛନ୍ତି ଅସହାୟ ପରିବାର । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁଶୁବା ପଞ୍ଚାୟତ ଗେଙ୍ଗୁଟିଆ ଗାଁରୁ ଆସିଛି ଏଭଳି ଚିତ୍ର । ଏହି ଗାଁରେ ରୁହନ୍ତି ଗୁରୁବାରିଆ ଦେହୁରୀଙ୍କ ପରିବାର । ପରିବାର କହିଲେ ଗୁରୁବାରିଆ, ତାଙ୍କ ସ୍ତ୍ରୀ ଗୁଞ୍ଜ ପୁଇ ରିପୁନ ଏବଂ ସିପୁନ । ଏହି ଆଦିବାସୀ ପରିବାର ଗାଁରେ ଗୋରୁ ଚରାଇବା ସହ ମୂଲମଜୁରି ଲାଗି ଯେନତେନ ଚଳିଯାଆନ୍ତି ।

ବାଉଁଶ, ବରଡ଼ା ଛପର ଘରେ ଜୀବନକୁ ବାଜି ଲଗାଇ ରହୁଛନ୍ତି ଏହି ପରିବାର। ରାତିରେ ସାପ ଭୟ। ବର୍ଷା ହେଲେ ଘରେ ଆଣ୍ଠୁଏ ପାଣି। ଏମିତି ଅବସ୍ଥାରେ ଜୀବନ ବିତାଉଛନ୍ତି ଏହି ପରିବାର। ଘରଖଣ୍ଡିଏ କରିବା ପାଇଁ ସମ୍ବଳ ନାହିଁ । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । କିନ୍ତୁ ଏପର୍ୟ୍ୟନ୍ତ ତାଙ୍କୁ ଘର ମିଳି ନାହିଁ । ଶେଷରେ ନିରାଶ ହୋଇ ବଡ଼ ଖବର ମାଧ୍ୟମରେ ସରକାରଙ୍କୁ ଜଣାଇଛନ୍ତି ଏହି ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା