Masthead

କେବେ ମିଳିବ ଆବାସ ଯୋଜନାରେ ଘର

କଣିହାଁ (ବଡ଼ ଖବର ବ୍ୟୁରୋ): ଆବାସ ଯୋଜନା ସାତସପନ । ଭଙ୍ଗାଘରେ ଜୀବନ ବିତାଉଛନ୍ତି ଅସହାୟ ପରିବାର । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁଶୁବା ପଞ୍ଚାୟତ ଗେଙ୍ଗୁଟିଆ ଗାଁରୁ ଆସିଛି ଏଭଳି ଚିତ୍ର । ଏହି ଗାଁରେ ରୁହନ୍ତି ଗୁରୁବାରିଆ ଦେହୁରୀଙ୍କ ପରିବାର । ପରିବାର କହିଲେ ଗୁରୁବାରିଆ, ତାଙ୍କ ସ୍ତ୍ରୀ ଗୁଞ୍ଜ ପୁଇ ରିପୁନ ଏବଂ ସିପୁନ । ଏହି ଆଦିବାସୀ ପରିବାର ଗାଁରେ ଗୋରୁ ଚରାଇବା ସହ ମୂଲମଜୁରି ଲାଗି ଯେନତେନ ଚଳିଯାଆନ୍ତି ।

ବାଉଁଶ, ବରଡ଼ା ଛପର ଘରେ ଜୀବନକୁ ବାଜି ଲଗାଇ ରହୁଛନ୍ତି ଏହି ପରିବାର। ରାତିରେ ସାପ ଭୟ। ବର୍ଷା ହେଲେ ଘରେ ଆଣ୍ଠୁଏ ପାଣି। ଏମିତି ଅବସ୍ଥାରେ ଜୀବନ ବିତାଉଛନ୍ତି ଏହି ପରିବାର। ଘରଖଣ୍ଡିଏ କରିବା ପାଇଁ ସମ୍ବଳ ନାହିଁ । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । କିନ୍ତୁ ଏପର୍ୟ୍ୟନ୍ତ ତାଙ୍କୁ ଘର ମିଳି ନାହିଁ । ଶେଷରେ ନିରାଶ ହୋଇ ବଡ଼ ଖବର ମାଧ୍ୟମରେ ସରକାରଙ୍କୁ ଜଣାଇଛନ୍ତି ଏହି ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ