Masthead

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କର

ପାରାଦୀପ/ହିନ୍ଦୋଳ/ମହାକାଳପଡ଼ା/ପିପିଲି/ଯାଜପୁର/ମୋହନା/ନାଉଗାଁ (ବଡ଼ ଖବର ବ୍ୟୁରୋ): ଆଜି ଜାତୀୟ ପ୍ରେସ ଦିବସ । ଏହି ଅବସରରେ ପାରାଦୀପର ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, କଟକ ଜିଲ୍ଲା ମାହାଙ୍ଗା ପ୍ରେସ କ୍ଲବ, ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘ, ନାଉଗାଁ ବ୍ଲକ ସାମ୍ବାଦିକ ସଂଘ, ଯାଜପୁର ଜିଲ୍ଲା ସମ୍ବାଦିକ ସଙ୍ଘ, ମୋହନା ପ୍ରେସ କ୍ଳବ, କେନ୍ଦ୍ରାପଡ଼ାର ମହାକାଳପଡା ପ୍ରେସ୍ କ୍ଲବ ସହ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ବହୁ କାର୍ୟ୍ୟରତ ବରିଷ୍ଠ ସାମ୍ବାଦିକ ଯୋଗଦେଇ ପ୍ରେସ ଦିବସର ତାତ୍ପର୍ୟ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ପାରାଦୀପ ପ୍ରେସ ମିଡ଼ିଆ ପକ୍ଷରୁ ଜାତୀୟ ପ୍ରେସ ଦିବସ ଓ ବାର୍ଷିକ ଉତ୍ସବ ପାଳନ ହେବା ସହ ସଂଘର ବାର୍ଷିକ ମୁଖପତ୍ର ‘ମୁକ୍ତପୃଷ୍ଠା’ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ବହୁ ବରିଷ୍ଠ ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗଦେଇ ସାମ୍ବାଦିକମାନଙ୍କ କର୍ତ୍ତବ୍ୟ ଓ କାର୍ୟ୍ୟନିଷ୍ଠା ଉପରେ ଆଲୋକପାତ କରିଥିଲେ । ସେହିପରି ମାହାଙ୍ଗା ପ୍ରେସ କ୍ଲବ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାର କାର୍ୟ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଆଇନ ପ୍ରଣୟନ ସହିତ ପେନସନ ଲାଗୁକରାଇବା ବିଷୟରେ ଆଲୋକପାତ କରିଥିଲେ ।

ସେହିପରି ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଯାଜପୁର ସହରର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସଭାପତି ସମରଜିତ ମହାନ୍ତିଙ୍କ ସଭାପତିତ୍ୱରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଓଡ଼ିଶା ସାମ୍ବାଦିକ ସଙ୍ଘର ସଦସ୍ୟମାନେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସଭାପତିଙ୍କ ନେତୃତ୍ୱରେ ସଭ୍ୟମାନେ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ । ଗଜପତି ଜ଼ିଲ୍ଲା ମୋହନା ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରେସ କ୍ଲବର ସଭାପତି ଅଶ୍ୱିନୀ କୁମାର ପାତ୍ରଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା । ସେହିପରି ଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଆନୁକୂଲ୍ୟରେ ନାଉଗାଁ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ସାମ୍ବାଦିକା ସୁଧା ବେହେରାଙ୍କ ତତ୍ତ୍ଵାବଧାନରେ ନାଉଗାଁ ବ୍ଲକ ଛକ ନିକଟରେ ଥିବା ଆଶ୍ରା ଜରାନିବାସ କେନ୍ଦ୍ରରେ କୋଭିଡ୍ କଟକଣାକୁ ମାନି ନିରାଡମ୍ବର ଭାବେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜରାନିବାସରେ ରହୁଥିବା ଅନ୍ତେବାସୀମାନଙ୍କୁ ଖାଦ୍ୟ ପୁଡିଆ ସହିତ ଫଳ ବଣ୍ଟନ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?