ଡମ୍ପିଂୟାର୍ଡକୁ ବିରୋଧ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ପୌରାଞ୍ଚଳ କଣ୍ଟାବଲ୍ଲଭପୁରଠାରେ ପ୍ରତିଷ୍ଠା ହେଉଥିବା ଡମ୍ପିଂୟାର୍ଡକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଦୀର୍ଘଦିନ ହେବ ଡମ୍ପିଂୟାର୍ଡ ନିର୍ମାଣକୁ ସେମାନେ ବିରୋଧ କରି ଆସୁଛନ୍ତି । ଆଜି ପୂର୍ବାହ୍ନରେ ପୌର ପରିଷଦର ହୋମିଓପାଥି ଡାକ୍ତର ସରୋଜ କୁମାର ଷଡ଼ଙ୍ଗୀ ଏବଂ ଠିକାଦାର ମନୋରଞ୍ଜନ ପ୍ରଧାନଙ୍କ ବାପା ଲକ୍ଷ୍ମଣ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିରୋଧ କରୁଥିବା ଗ୍ରାମବାସୀଙ୍କୁ ଡାକ୍ତର ଷଡ଼ଙ୍ଗୀ ବୁଝାସୁଝା କରିଥିଲେ । ଏହି ସମୟରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକମାନେ କିଛି ବୁଝି ନଥିଲେ । ମୁନିସିପାଲିଟି ତରଫରୁ ଯାଇଥିବା ପ୍ରତିନିଧି ହେମିଓପାଥିକ ମେଡିକାଲ ଡାକ୍ତର ସରୋଜ କୁମାର ଷଢଙ୍ଗୀ ଓ ଠିକାଦାରଙ୍କ ବାପାଙ୍କୁ ଟଣାଓଟରା କରିଥିଲେ । ଏଥିସହ ଶ୍ରୀ ଷଢଙ୍ଗୀ ଏବଂ ଠିକାଦାରଙ୍କ ବାପାଙ୍କୁ ସରକାରୀ ଦସ୍ତାବିଜରେ ଜୋର ଜବରଦସ୍ତ ଦସ୍ତଖତ ଏବଂ ଟିପଚି଼ହ୍ନ ନେଇ କାମ ବନ୍ଦ କରି ଦେଇଥିଲେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!