Masthead

ଡମ୍ପିଂୟାର୍ଡକୁ ବିରୋଧ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ପୌରାଞ୍ଚଳ କଣ୍ଟାବଲ୍ଲଭପୁରଠାରେ ପ୍ରତିଷ୍ଠା ହେଉଥିବା ଡମ୍ପିଂୟାର୍ଡକୁ ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଦୀର୍ଘଦିନ ହେବ ଡମ୍ପିଂୟାର୍ଡ ନିର୍ମାଣକୁ ସେମାନେ ବିରୋଧ କରି ଆସୁଛନ୍ତି । ଆଜି ପୂର୍ବାହ୍ନରେ ପୌର ପରିଷଦର ହୋମିଓପାଥି ଡାକ୍ତର ସରୋଜ କୁମାର ଷଡ଼ଙ୍ଗୀ ଏବଂ ଠିକାଦାର ମନୋରଞ୍ଜନ ପ୍ରଧାନଙ୍କ ବାପା ଲକ୍ଷ୍ମଣ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିରୋଧ କରୁଥିବା ଗ୍ରାମବାସୀଙ୍କୁ ଡାକ୍ତର ଷଡ଼ଙ୍ଗୀ ବୁଝାସୁଝା କରିଥିଲେ । ଏହି ସମୟରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକମାନେ କିଛି ବୁଝି ନଥିଲେ । ମୁନିସିପାଲିଟି ତରଫରୁ ଯାଇଥିବା ପ୍ରତିନିଧି ହେମିଓପାଥିକ ମେଡିକାଲ ଡାକ୍ତର ସରୋଜ କୁମାର ଷଢଙ୍ଗୀ ଓ ଠିକାଦାରଙ୍କ ବାପାଙ୍କୁ ଟଣାଓଟରା କରିଥିଲେ । ଏଥିସହ ଶ୍ରୀ ଷଢଙ୍ଗୀ ଏବଂ ଠିକାଦାରଙ୍କ ବାପାଙ୍କୁ ସରକାରୀ ଦସ୍ତାବିଜରେ ଜୋର ଜବରଦସ୍ତ ଦସ୍ତଖତ ଏବଂ ଟିପଚି଼ହ୍ନ ନେଇ କାମ ବନ୍ଦ କରି ଦେଇଥିଲେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼