Masthead

ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଲ ନିଆଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚିଲିରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଏଯାଏଁ ଗଲାଣି ୧୧୨ ଜଣଙ୍କ ଜୀବନ । ଚିଲିରେ ଧୀରେ ଧୀରେ ଆହୁରି ଭୟଙ୍କର ରୂପ ନେବାରେ ଲାଗିଛି ଜଙ୍ଗଲ ନିଆଁ । ବର୍ତ୍ତମାନ ସୁଦ୍ଧା ୧୧୨ ଜଣ ମୃତ ବୋଲି ସ୍ପଷ୍ଟ ହୋଇଥିବାବେଳେ ହଜାର ହଜାର ଲୋକ ନିଖୋଜ ରହିଛନ୍ତି । ଆଉ ନିଆଁ ଲାଗି ୧୪୦୦ ଘର ପୋଡ଼ି ନଷ୍ଟ ହୋଇଯାଇଛି । ଜଙ୍ଗଲଠାରୁ ଘର ଦ୍ୱାର ସବୁ କିଛି ପୋଡି ପାଉଁଶ ହୋଇ ଯାଇଛି ।

ସମଗ୍ର ଦେଶ ଏବେ ନିଆଁ କବଳରେ । ଜଙ୍ଗଲି ଜୀବଜନ୍ତୁ ଜିଅନ୍ତା ଦଗ୍ଧ ହୋଇଛନ୍ତି । ଘରଦ୍ୱାର ପୋଡି ଯିବାକୁ ଶତାଧିକ ମୃତ୍ୟୁ ବରଣ କରିଛନ୍ତି । ଚିଲିର ସ୍ଥିତି ଏତେ ଭୟଙ୍କର ରହିଛି ଯେ, ଦେଶରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରିଛନ୍ତି ଚିଲି ସରକାର । ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଲ ନିଆଁ । ଜଙ୍ଗଲ ନିଆଁ ଏବେ ଘରଦ୍ୱାର ସବୁ ପୋଡି ପାଉଁଶ କରି ଦେଇଛି । ହୁତୁ ହୁତୁ ହୋଇ ଜଳି ଚାଲିଛି ଜଙ୍ଗଲ ଠାରୁ କୋଠାବାଡି । ଶହ ଶହ ସଂଖ୍ୟାରେ ଘର, ଗାଡି ସବୁ ପୋଡି ଜଳି ନଷ୍ଟ ହୋଇ ଯାଇଛି । ଜଙ୍ଗଲ ନିଆଁଯେ, ଏତେ ଭୟଙ୍କର ହେବ ସେ କଥା କେହି କଳ୍ପନା କରି ପାରୁ ନାହାଁନ୍ତି ।

ଅଗ୍ନିଶମ ବାହିନୀ ଲଗାତାର ଭାବେ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଦୁଇ ଦିନ ତଳେ ଜଙ୍ଗଲରେ ଲାଗିଥିବା ନିଆଁ ଜନବସତି ମୁହାଁ ହୋଇ ସବୁ ପୋଡି ପାଉଁଶ କରିଦେଇଛି । ଏଥିରେ ମୃତ୍ୟୁ ସଂଖ୍ୟା ଶହେ ଟପି ଥିବାବେଳେ ଏବେ ଆହୁରି ଅନେକ ଲୋକ ନିଖୋଜ ଥିବା ସୂଚନା ରହିଛି । ବର୍ତ୍ତମାନ ସୁନ୍ଧା ଅଗ୍ନିକାଣ୍ଡ କିପରି ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଏଥିପାଇଁ କିଏ ଦାୟୀ ସେନେଇ ତଦନ୍ତ କରାଯାଉଛି । ସୂଚନା ଅନୁସାରେ ସହରର ଚାରିପଟେ ଥିବା ଜଙ୍ଗଲରେ ପ୍ରଥମେ ନିଆଁ ଲାଗିଯାଇଥିଲା । ପରେ ପରେ ଏହା ସହର ଭିତରକୁ ପ୍ରବେଶ କରିଥିଲା । ନିଆଁକୁ ଆୟତ୍ତ କରିବାକୁ ଅଧିକାରୀମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ