Masthead

ପୃଥିବୀ ଆଡ଼କୁ ମାଡ଼ିଆସୁଛି ଏକ ଉଲକାପିଣ୍ଡ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିରାଟକାୟ ଉଲକା ପିଣ୍ଡ । ଏନେଇ ସାବଧାନ କରିଛି ନାସା । ତେବେ ଏହି ଉଲକା ପିଣ୍ଡର ନାମ ଦିଆଯାଇଛି ୨୦୦୮ଏକ୍ଟ୨୦ । ନାସାର ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ ଜୁଲାଇ ୨୪ରେ ଏହି ଉଲକା ପିଣ୍ଡଟି ପୃଥିବୀକୁ ଅତିକ୍ରମ କରିବ । ଏହାକୁ ବିପଦ କ୍ୟାଟାଗୋରୀରେ ରଖାଯାଇଛି । କାରଣ ଉଲକାପିଣ୍ଡଟି ବିପର୍ଯ୍ୟୟ ଘଟାିବାର ଆଶଙ୍କା କରାଯାଉଛି । ସେକେଣ୍ଡ ପିଛା ୮କିଲୋମିଟର ବେଗରେ ଏହା ଗତି କରୁତିବା ବେଳେ ଏହାର ଘଣ୍ଟାପ୍ରତି ବୋ୨୮,୮୦୦ କିଲୋମିଟର ।

ଯେଉଁଠାରେ ,ହି ଉଲକା ପିଣ୍ଡଟି ବାଡ଼େଇ ହେବ ତାହା ଧ୍ୱଂସ ପାଇଯିବ ବୋଲି ଆଶଙ୍କା ରହିଛି । ସୂଚନା ଯେଗ୍ୟ ପୃଥିବୀର ୪.୬ମିଲିୟନ ଦୂର ଦେଇ ଯାଉଥିବା ସମସ୍ତ ଉଲକା ପିଣ୍ଡକୁ ବିପଦଜ୍ଜନକ ତାଲିକାରେ ରଖାଯାଏ । ଜୁନ ମାସରେ ବି ଇଫେଲ ଟାୱାର ଆକାରରେ ୨୦୨୧କେଟି୧ ନାମକ ଏକ ଉଲକା ପିଣ୍ଡ ପୃଥିବୀ ଦେଇ ଯାଇଥିଲା । ଯାହାକି ପୃଥିବୀରୁ ୪.୫ ମିଲିୟନ ଦୂରତାରେ ଯାଇଥିଲା ।
ତେବେ ଜୁଲାଇ ୨୪ ତାରିଖରେ ପୃଥିବୀ ଦେଇ ଯିବାକୁ ଥିବା ଉଲକାର ଆର୍ଥ ଅବଜେକ୍ଟ(ଏନଇଓ) ୨୦ ମିଟର ଚଉଡ଼ା ହୋଇଥିବା ବେଳେ ଏହା ୨୮,୭୦,୮୪୭,୬୦୭ କିଲୋମିଟର ଦୂରରୁ ଦୃଶ୍ୟମାନ ହେବ। ଯାହା ପୃଥିବୀ ଏବଂ ଚନ୍ଦ୍ରର ମୋଟ ଦୂରତା ଠାରୁ ୮ ଗୁଣ ଅଧିକ। ଜୁଲାଇ ୨୪ ତାରିଖ ରାତିରେ ଏନଇଓ ଆପୋଲୋ ନାମକ ଏକ କକ୍ଷପଥ ଦେଇ ଗତି କରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଦ୍ରୁତ ଗତିରେ ମାଡ଼ି ଆସୁଥିବା ଉଲ୍‌କାଟି ପୃଥିବୀରେ ମାଡ଼ ହେବାର କୌଣସି ଆଶଙ୍କା ନଥିବା ବୈଜ୍ଞାନିକମାନେ କହିଛନ୍ତି।

ତଥାପି ଏହାକୁ ସମ୍ଭାବ୍ୟ ବିପଜ୍ଜନକ ଉଲକା ପିଣ୍ଡ ଶ୍ରେଣୀରେ ରଖାଯାଇଛି। ଜାଣି ରଖନ୍ତୁ ଯେ ସାଧାରଣତଃ ଉଲକା ପିଣ୍ଡଗୁଡ଼ିକ ବୃହସ୍ପତି ଗ୍ରହର କକ୍ଷପଥରେ ମିଳିଥାଏ। କିଛି ଉଲକା ପିଣ୍ଡ ଅନ୍ୟ ଗ୍ରହର କକ୍ଷରେ ପ୍ରବେଶ କରିଥିବା ଜଣାପଡ଼ିଥିବା ବେଳେ ସେହି ଗ୍ରହ ସହ ସୂର୍ୟ୍ୟ ଚାରିପଟେ ମଧ୍ୟ ପରିକ୍ରମା କରିଥାଆନ୍ତି। ଏବେ ବୈଜ୍ଞାନିକମାନଙ୍କର ପ୍ରାୟ ୧୦ ଲକ୍ଷ ଉଲକା ପିଣ୍ଡର ତଥ୍ୟ ରହିଛି। ଏହା ମଧ୍ୟରୁ ୨୨ଟି ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସାଜି ପାରନ୍ତି ବୋଲି କୁହାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ