Masthead

ଓଡ଼ିଶାର ଗଣମାଧ୍ୟମରେ ନୂଆ ଯୁଗର ଆରମ୍ଭ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଜଣେ ନିଚ୍ଛକ ସାମ୍ବାଦିକ କିଛି ସମଭାବାପନ୍ନ ସାମ୍ବାଦିକ ବନ୍ଧୁମାନଙ୍କୁ ନେଇ ଏକ ୨୪ ଘଣ୍ଟିଆ ସ୍ୟାଟେଲାଇଟ ନ୍ୟୁଜ୍ ଚ୍ୟାନେଲ କରିବା ବୋଧହୁଏ ଭାରତରେ ଅର୍ଦ୍ଧେନ୍ଦୁ ଦାସ ପ୍ରଥମ । ରାଜନୈତିକ ନେତା, ଖଣି ଓ ମଦ ମାଫିଆ କିମ୍ବା ଶିଳ୍ପପତିଙ୍କ ବିନା ପୃଷ୍ଠପୋଷକତାରେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କର ସମ୍ପାଦନାରେ ଆତ୍ମପ୍ରକାଶ କରିଛି ୨୪ ଘଣ୍ଟିଆ ସ୍ୟାଟେଲାଇଟ ନ୍ୟୁଜ୍ ଚ୍ୟାନେଲ ‘ବଡ଼ ଖବର’ ।

‘ବଡ଼ ଖବର’ ଲୋକଙ୍କ ଚ୍ୟାନେଲ । ଲୋକଙ୍କ କଥା କହିବ ଏହି ଚ୍ୟାନେଲ । ସାଧାରଣ ଲୋକଙ୍କ ସ୍ୱର ହେବ ଏହି ଚ୍ୟାନେଲ । କୌଣସି ଚାପର ବଶବର୍ତ୍ତୀ ନହୋଇ ଅଭାବୀ ମଣିଷର ଅନ୍ତରର ବେଦନାକୁ ପରିପ୍ରକାଶ କରିବ ‘ବଡ଼ ଖବର’ । ଆଜିଠାରୁ ଓଡ଼ିଶାର ଗଣମାଧ୍ୟମରେ ଏକ ନୂତନ ଯୁଗର ଅୟମାରମ୍ଭ ହେବାକୁ ଯାଉଛି । ଏହି ଚ୍ୟାନେଲର ଶୁଭ ମନାସିଛନ୍ତି ଅନେକ । ସହରରୁ ପଲ୍ଲୀ ପର୍ଯ୍ୟନ୍ତ ମନ୍ଦିରରେ ଜଳିଛି ଦୀପାଳି । ଏପରିକି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ‘ବଡ଼ ଖବର’ ପରିବାରକୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି