Masthead

୨୦ ସୁଦ୍ଧା ବାକି ପ୍ରାର୍ଥୀ ଘୋଷଣା: ବିଜୟ ପାଲ ସିଂ ତୋମାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଆସିପାରେ ବିଜେପି ପ୍ରାର୍ଥୀ ତାଲିକା । ବିଜେପି ନିର୍ବାଚନ ପ୍ରଭାରୀଙ୍କ ସୂଚନା । ରାଉରକେଲାରେ ସୂଚନା ଦେଲେ ବିଜୟପାଲ ସିଂ ତୋମାର । ଆଜି ୨୦ ରୁ ୨୨ ପ୍ରାର୍ଥୀ ତାଲିକା ଆସିପାରେ କହିଲେ ତୋମାର । ୨୦ ପୂର୍ବରୁ ବାକିଥିବା ସମସ୍ତ ପ୍ରାର୍ଥୀ ତାଲିକା ଆସିଯିବ । ରାଉରକେଲାରେ ସମସ୍ତ ବିଧାନସଭା ସହ ଲୋକସଭା ଜିତିବୁ ବୋଲି କହିଛନ୍ତି ତୋମାର ।

ଏବେସୁଦ୍ଧା ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଆଉ ୩୫ ଆସନ ବାକି ଅଛି । ଏହା ବି ଘୋଷଣା ହୋଇଯିବ ବୋଲି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି । ବିଜେପି ଘୋଷଣା କରିଥିବା କିଛି ଆସନର ଟିକଟକୁ ନେଇ ଦଳ ଭିତରେ ଅସନ୍ତୋଷ ଲାଗିରହିଛି । ଟିକଟ ବଦଳାଇବାକୁ ଆଶାୟୀମାନେ ଦାବି କରୁଛନ୍ତି । ଏନେଇ ଗତ କିଛିଦିନ ଧରି ଦଳୀୟ କାରର୍ଯ୍ୟାଳୟରେ ଧାରଣା ଓ ବିକ୍ଷୋଭ ଦେଖିବାକୁ ମିଳୁଛି ।

ଧର୍ମଶାଳାରୁ ଆଶାୟୀ ଥିବା ହିମାଂଶୁ ଶେଖରଙ୍କ ସମର୍ଥକ ସ୍ମୃତିରେଖା ପହିଙ୍କ ଟିକଟକୁ ବିରୋଧ କରୁଛନ୍ତି । ସେପଟେ କୋରେଇରେ ଆକାଶ ଦାସ ନାୟକଙ୍କ ଟିକଟକୁ ଅନ୍ୟ ଆଶାୟୀମାନେ ବିରୋଧ କରୁଛନ୍ତି । ଏ ସମ୍ପର୍କରେ ଶ୍ରୀ ତୋମାର କହିଛନ୍ତି, ଟିକଟ ବଦଳିବ କି ନା ତା’ଉପରେ କେବଳ ବିଜେପିର କେନ୍ଦ୍ରୀୟ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଗୋଟିଏ ଆସନରେ ଅନୁସୂଚିତ ଜାତି ବର୍ଗରୁ ଜଣଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ଆସନରେ ପ୍ରାର୍ଥୀଙ୍କୁ ବଦଳାଯିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ