ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାର ଏକଛତ୍ରବାଦୀ, ତୋଗଲକି ଶାସନ ଚଳାଇଛନ୍ତି । ଗଣମାଧ୍ୟମ ସରକାରଙ୍କ ଦୋଷ ଦୁର୍ବଳତା ଦେଖାଇଲେ, ତାଙ୍କ ଉପରେ ରାଗ ସୁଝାଉଛନ୍ତି ସରକାର ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ସେ କହିଛନ୍ତି ମିଡ଼ିଆ ଉପରେ ଅଙ୍କୁଶ ଲାଗିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ନିର୍ଦ୍ଦିଷ୍ଟ ଖବରକାଗଜକୁ ବିଜ୍ଞାପନ ବନ୍ଦ, କିଛି ଦିନ ତଳେ ଏକ ବୈଦ୍ୟୁତିକ ଗଣମାଧ୍ୟମ ପୋପଙ୍କୁ ଭେଟିବା ପାଇଁ ଧାଡ଼ିରେ ଛିଡା ହେଉଛନ୍ତି ମୁଖ୍ୟମନ୍ତ୍ରୀ ଖବର ପ୍ରସାରଣ କରିଥିଲେ, ତାଙ୍କ ଉପରେ ଆକ୍ରୋଶମୂଳକ ପଦକ୍ଷେପ ନିଆଗଲା ।
ସେ ଆହୁରି ମଧ୍ୟ କହିଛନ୍ତି ଗଣମାଧ୍ୟମକୁ ବିଜେଡି ଡରୁଛି । ଖାଲି ସେତିକି ନୁହେଁ ଗଣମାଧ୍ୟମକୁ ଲୋକସେବା ଭବନ, କ୍ୟାବିନେଟ୍ ବ୍ରିଫିଂକୁ ମନା କରାଯାଇଛି । କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁବିଧା ସୁଯୋଗ ଦିଆଯାଉ ନାହିଁ । ଆକ୍ରୋଶମୂଳକ ଭାବେ ଗଣମାଧ୍ୟମ ଉପରେ ପଦକ୍ଷେପ ନିଆଯାଉଥିବା କହିଛନ୍ତି ମନୋଜ ।