Masthead

ଚାନ୍ଦବାଲି ପ୍ରଶାସନର ମନମାନି ଅଭିଯୋଗ: ବିରୋଧୀଙ୍କୁ ମିଳୁନି କହିବାକୁ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଆଜି ନବମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକର ୪୫ଟି ପଂଚାୟତର ସମିତିସଭ୍ୟ ଓ ସରପଞ୍ଚମାନେ ଯୋଗଦେଇଥିଲେ । ବିଜେଡ଼ି ସମିତିସଭ୍ୟ ଓ ସରପଞ୍ଚ ଆଣୁଥିବା ପ୍ରସ୍ତାବ ଉପରେ ଆଲୋଚନା ହେଉଥିଲା । ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରଧାନମନ୍ତ୍ରୀ ଆବାସରେ ଶାସକ ଦଳର ପ୍ରିୟା ପ୍ରୀତି ପ୍ରସଣ, ଥିଲା ବାଲାଙ୍କୁ ରାସନକାର୍ଡ, ଚଳିତ ବର୍ଷର ଧାନ କିଣାରେ ମଣ୍ଡି ଗୁଡ଼ିକରେ ଚାଷୀଙ୍କର ୭କିଲୋରୁ ଉଦ୍ଧ୍ୱ ଧାନ କଟଣୀ ଉପରେ ଆଲୋଚନା କରାଯାଇଥିଲା ।

ବିଜେଡ଼ି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ କହିବା ପାଇଁ ସୁଯୋଗ ନ ଦେଇ ବାରଣ କରିଥିଲେ । ସେମାନେ ଅଧିକ ସଂଖ୍ୟକ ଥିବାରୁ ଆମେ ଆଣୁଥିବା ପ୍ରସ୍ତାବ ଉପରେ ଆଲୋଚନା ନ କରି ଜୋରଜବରଦସ୍ତ କାର୍ଯ୍ୟ କରୁଛନ୍ତି । ପୂର୍ବ ବୈଠକର ଆଲୋଚନାଗୁଡ଼ିକ ପରବର୍ତ୍ତୀ ପର୍ୟ୍ୟାୟରେ କାଗଜରେ ବଦଳି ଯାଉଥିବା ଅଭିଯୋଗ କରି ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ ବିରୋଧ କରି ବୈଠକରୁ ଉଠି ପଳାଇଥିଲେ । ବୈଠକରେ ବ୍ଲକ୍ ଅଧକ୍ଷା ମାନସୀ ସାହୁ, ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଲାପରିଷଦ ଅଧକ୍ଷ ଦିଜବର ରାଉତ, ବିଡ଼ିଓ ଜ୍ୟୋତି ପ୍ରକାଶ ଦାସ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ବିଜେପିକୁ ବେଶି ପ୍ରାଧାନ୍ୟ ଦିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ