Masthead

ଠିକାଦାରଙ୍କ ମୃତ୍ୟୁ

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଛକ ନିକଟ ମୁଣ୍ଡାଳ ରାସ୍ତାରେ ଗୁଳିମାଡ , ଏଥିରେ ଜଣେ ଯୁବ ଠିକାଦାର ଙ୍କର ମୃତ୍ୟୁ ହୋଇଛି । ମୃତ ଠିକାଦାର ଜଣକ ହେଉଛନ୍ତି ଟାଙ୍ଗୀ ଥାନା ରାଧାମୋହନପୁର ଗ୍ରାମର ରମେଶ ରାଉତ । ଏକ ବାଇକ୍ ଯୋଗେ ଏହି ଯୁବ ଠିକାଦାର ରମେଶ ରାଉତ ଙ୍କ ସମେତ ଆଉ ୨ ଜଣ ଯୁବକ ନିଜ ଘରକୁ ଫେରୁଥିବା ବେଳେ ହଠାତ୍ ଆଉ ଆଉ ଏକ ବାଇକ୍ ଯୋଗେ ୨ ଜଣ ଯୁବକ ଆସି ସେମାନଙ୍କ ନିକଟରେ ପହଞ୍ଚି ଥିଲେ । ପରେ ବାଇକ୍ ଯୋଗେ ଆସିଥିବା ଏହି ୨ ଜଣ ଦୃବୁର୍ତ୍ତ ଙ୍କ ମଧ୍ୟରୁ ଜଣେ ଦୃବୁର୍ତ୍ତ ଏକ ବନ୍ଧୁକ ଯୋଗେ ଯୁବ ଠିକାଦାରଙ୍କ ଉପରକୁ ୩ ରାଉଣ୍ଡ୍ ଗୁଳି ମାଡ କରିଥିଲେ , ଆଉ ସେହିଠାରେ ହିଁ ଏହି ଯୁବ ଠିକାଦାରଙ୍କ ମୃତ୍ୟୁ ହୋଇଥିଲା । ଗୁଳିମାଡ ପରେ ଦୃବୁର୍ତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ତଥାପି ଚିକିତ୍ସା ପାଇଁ ଗୁଳିମାଡ ହୋଇଥିବା ଯୁବ ଠିକାଦାର ରମେଶ ରାଉତ ଙ୍କୁ ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଟାଙ୍ଗୀ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ଠିକାଦାରଙ୍କ ମୃତ ଦେହ ଜବତ କରି କିଏ ଓ କାହିଁକି ଏପରି ଗୁଳିମାଡ କଲା ତାହାର ଖୋଳତାଡ କରୁଛି ଟାଙ୍ଗୀ ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ