Masthead

ବିଜେଡି ନେତାଙ୍କ କ୍ରିମିନାଲ ହିଷ୍ଟ୍ରି ଗଣାଇଲେ ଜୟ ନାରାୟଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଘଟଣାର ୨୪ ଦିନ ପରେ ମୁଖ୍ୟମନ୍ତ୍ରୀ ଙ୍କ ନିଦ ଭାଙ୍ଗିଲା । ମୁଖ୍ୟମନ୍ତ୍ରୀଙ୍କ ର ଲୋକ ଯେଉଁ କାଗଜ ଦେଲେ ତାକୁ ସେ ପଢି ଦେଲେ । ତା ଭିତରେ କଣ ଅଛି ପଚାରିଲେ କହି ପାରିବେନି । ମୁଖ୍ୟମନ୍ତ୍ରୀ ମିଛ କହିଲେ ସରକାର ହାଇକୋର୍ଟକୁ ଅନୁରୋଧ କରିଥିଲେ ହାଇକୋର୍ଟ ପୂର୍ବତନ ବିଚାରପତି ଜେପି ଦାସ ଙ୍କୁ ନିୟୋଜିତ କରିଛନ୍ତି ଯାହା କି ସମ୍ପୂର୍ଣ୍ଣ ମିଛ । ହାଇକୋର୍ଟରୁ ସେଭଳି କିଛି ବିଜ୍ଞପ୍ତି ବାହାରି ନାହିଁ । ନବ ଦାସ ଙ୍କ ହତ୍ୟାକାଣ୍ଡ ରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ରାଜ୍ୟର ଜଣେ ମନ୍ତ୍ରୀଙ୍କ ବିବୃତି କୁ ରାଜ୍ୟ ସରକାରଙ୍କ ବିବୃତି ବୋଲି ଧରାଯିବ ।

ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ ବିବୃତି ଦେଇଛନ୍ତି ନବ ଦାସଙ୍କ ହତ୍ୟାକାଣ୍ଡରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଙ୍କୁ ସମ୍ପୃକ୍ତି ଥାଇ ପାରେ । ଯାହାକି କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଭାବ ପକାଇ ପାରେ । କାରଣ ସେ ହେଉଛନ୍ତି ସରକାରଙ୍କ ପ୍ରତିନିଧି । ତେଣୁ ଏହି ଘଟଣା କୁ ନେଇ ମୁଁ ପ୍ରମିଳା ମଲିକ ଙ୍କ ନାଁ ରେ ମାନହାନି ମକଦ୍ଦମା କରିବି । ସେହିପରି ଜୟ ନାରାୟଣଙ୍କୁ ନେଇ ବାଚସ୍ପତିଙ୍କୁ ବିଜେଡି ମହିଳା ନେତ୍ରୀ ମାନେ ଭେଟିବା ପ୍ରସଙ୍ଗରେ ବିଜେଡି ନେତାଙ୍କ କ୍ରିମିନାଲ ହିଷ୍ଟ୍ରି ଗଣାଇଲେ ଜୟ ନାରାୟଣ ମିଶ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି