Masthead

ଗୁଳିବର୍ଷା ଦେଖି ଛତ୍ରଭଙ୍ଗ

ହରିଦାସପୁର(ବଡ଼ ଖବର ବ୍ୟୁରୋ): ଭାରତର ସହନଶୀଳତାକୁ ପରଖୁଛି ପାକିସ୍ତାନ । ସୀମାରେ କରୁଛି ବାରମ୍ବାର ଗୁଳିବର୍ଷା । ଭାରତରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଯୋଗଉଛି ଅସ୍ତ୍ରଶସ୍ତ୍ର । ଏତିକିରେ ପାକିସ୍ଥାନର ମନ ବୁଝୁନି । ଭାରତୀୟ ସୀମା ଭିତରେ ଉଡାଉଛି ଡ୍ରୋନ । ଭାରତର ଯବାନମାନେ ପାକିସ୍ଥାନର ଉଦ୍ୟମ ପଣ୍ଡ କରି ମୁହଁତୋଡ ଜବାବ ଦେଉଛନ୍ତି ।
ଶନିବାର ରାତି ପ୍ରାୟ ୨ ଟା । ପଞ୍ଜାବରେ ଭାରତୀୟ ସୀମା ଭିତରକୁ ପଶିଆସିଥିଲା ପାକିସ୍ତାନ ଡ୍ରୋନ୍ । ବିଏସଏଫ ଯବାନମାନେ ଚଳାଇଥିଲେ ଗୁଳି । ଡ୍ରୋନ ପାକିସ୍ତାନକୁ ଫେରିଯାଇଥିଲା। ବିଏସଏଫ ଡିଜି ରାଜେଶ ଶର୍ମା କହିଛନ୍ତି ପାକିସ୍ତାନୀ ଡ୍ରୋନ ଦୁଇଟି ସ୍ଥାନରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା । ବିଏସଏଫ ଯବାନମାନେ ପାକିସ୍ତାନର ବିପି ଚାନ୍ଦବାଡାଲା ପୋଷ୍ଟରୁ ଡ୍ରୋନର ଶବ୍ଦ ଶୁଣିଥିଲେ। ଯବାନମାନେ ସମୁଦାୟ ୮ ରାଉଣ୍ଡ ଗୁଳି ଚଳାଇଥିଲେ। ଡ୍ରୋନ୍ ୧୦ ରୁ ୧୫ ସେକେଣ୍ଡ ପାଇଁ ଅଟକି ଯାଇ ପାକିସ୍ତାନ ଆଡକୁ ପଳାଇଥିଲା । ଏହି ଡ୍ରୋନ୍ ଦୁଇଟି ଭାରତୀୟ୍ର ସୀମାର ପ୍ରାୟ ୨୦୦ ମିଟର ଭିତରକୁ ପଶିଆସିଥିଲା ।
ପରେ ସଦାନୱାଲିରେ ପ୍ରାୟ ତିନିଟା ବେଳେ ହାରୁୱାଲ ଗାଁ ଆଡକୁ ଯାଉଥିବା ଡ୍ରୋନର ଶବ୍ଦ ଶୁଣାଯାଇଥିଲା । ପାଞ୍ଚ ମିନିଟ୍ ପରେ ସେହି ଡ୍ରୋନ୍ ମଧ୍ୟ ପାକିସ୍ତାନକୁ ଫେରିଯାଇଥିଲା । ସକାଳ ପ୍ରାୟ ସାଡେ ଚାରିଟା ବେଳେ ସୈ ନିକମାନେ ପାକିସ୍ତାନରୁ ଭାରତ ଆଡକୁ ଆସୁଥିବା ଡ୍ରେନର ଶବ୍ଦ ଶୁଣିଥିଲେ। ସୈ ନିକମାନେ ଗୁଳି ଚଳାଇଥିଲେ । ଫଳରେ ଡ୍ରୋନ୍ ମଧ୍ୟ ପାକିସ୍ତାନ ଆଡକୁ ମୁହାଁଇଥିଲା। ଏହି ଡ୍ରୋନ୍ ପ୍ରାୟ ୧୫୦ ମିଟର ପର୍ୟ୍ୟନ୍ତ ଭାରତୀୟ ସୀମାରେ ପ୍ରବେଶ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ