Masthead

ଭିଜିଲାନ୍ସ ହାତରେ ଧରାପଡିଲେ ଏଷ୍ଟିମେଟର

ରାୟଗଡା(ବଡ଼ ଖବର ବ୍ୟୁରୋ): ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଏଷ୍ଟିମେଟର । ଠିକାଦାର ସୁମନ୍ତ ପରିଡ଼ାଙ୍କଠାରୁ ଲାଞ୍ଚ ନେବାବେଳେ ଧରାପଡିଲେ। ରାୟଗଡ଼ା ଜନସ୍ୱାସ୍ଥ୍ୟ ବିଭାଗ (ପିଏଚଡ଼ି) ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଠିକାଦାରଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ। ଝଞ୍ଜାବତି ନଦୀରେ ଥିବା ପମ୍ପ ହାଉସ ମରାମତି ବାବଦର ଏଷ୍ଟିମେଟ କରିବା ପାଇଁ ଠିକାଦାର ସୁମନ୍ତ ପରିଡ଼ାଙ୍କଠାରୁ ଲାଞ୍ଚ ନେଉଥିଲେ।

ଗତ ଫେବୃୟାରୀ ମାସରେ ଏହାର ମରାମତି କାର‌୍ୟ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଷ୍ଟିମେଟ ହୋଇନଥିଲା। ଏଷ୍ଟିମେଟ କରିବା ପାଇଁ ବାରମ୍ବାର ଲାଞ୍ଚ ମାଗିବାରୁ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଆଜି ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ପରିସରରେ ଥିବା ନିଜ ପ୍ରକୋଷ୍ଠରେ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ କୁମାର ନାୟକ ଓ ଇନ୍ସପେକ୍ଟର ତରୁଲତା ବେହେରା ଚଢ଼ାଉ କରି ଧରିଥିଲେ। ଏହାପରେ ସିରିକଣା ସ୍ଥିତ ତାଙ୍କ ଭଡାଘରେ ମଧ୍ୟ ଚଢ଼ାଉ କରିଥିଲେ। ସେଠାରୁ ତାଙ୍କୁ ରାୟଗଡ଼ା ଭିଜିଲାନ୍ସ ଡିଏସପି କାର‌୍ୟ୍ୟାଳୟ ନିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ