Masthead

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ

ପରଜଙ୍ଗ (ବଡ଼ ଖବର ବ୍ୟୁରୋ): ଦେଶୀ ବନ୍ଧୁକ ତିଆରି କାରଖାନା ଠାବ , ମାଲିକ ଗିରଫ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ବାମ୍ ଗାଁ ଭୁଟୁଭୁଟି ସାହିରୁ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପରଜଙ୍ଗ ପୋଲିସ । ଏଥିସହିତ କାରଖାନାର ମାଲିକ ମଙ୍ଗୁଳୁ ମହାରଣାକୁ ଗିରଫ କରିବା ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି ।

ଦୀର୍ଘ ଦିନ ହେବ ମଙ୍ଗୁଳୁ ନିଜ ଘର ବାଡ଼ିରେ ଏହି ଦେଶୀ ବନ୍ଧୁକ ଗୁଡିକୁ ତିଆରି କରି ଆସୁଥିଲା । ବିଶେଷ ସୂତ୍ରରୁ ଖବର ପାଇ ଗତ କାଲି ବିଳମ୍ବିତ ରାତିରେ ପରଜଙ୍ଗ ଥାନା ଅଧିକାରୀ ସୋଭାଗ୍ୟ କୁମାର ସ୍ଵାଇଁଙ୍କ ନିର୍ଦ୍ଦେଶକ୍ରମେ ପରଜଙ୍ଗ ପୋଲିସ ଓ ମହାବି ରୋଡ଼ ଫାଣ୍ଡି ଅଧିକାରୀଙ୍କ ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ କିଛି ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସାମଗ୍ରୀକୁ ପୋଲିସ ଜବତ କରିଥିଲା ।

ପରଜଙ୍ଗ ଥାନା ଅଧିନସ୍ଥ ମହାବିରୋଡ଼ ଫାଣ୍ଡି ନିକଟସ୍ତ ଗାଁଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଭୁଟୁଭୁଟି ସାହି କଳା କାରବାର କରିବା ପାଇଁ ବେଶ ସହାୟ ହୋଇଥିବା ଜଣାପଡିଛି । ଅପହଞ୍ଚ ଇଲାକାରୁ ବଡ଼ ବଡ଼ ସହରକୁ ଏହି ବନ୍ଧୁକ ସପ୍ଲାଇର ଚେର ଲମ୍ବି ଥିବା ସୂଚନା ମିଳିଛି । ଏ ନେଇ ପରଜଙ୍ଗ ପୋଲିସ ଅଧିକ ଖୋଳତାଡ଼ କରି ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ