Masthead

କାଳିଆ ପ୍ରେମରେ ବିଦେଶିନୀ

ସୋର (ବଡ଼ ଖବର ବ୍ୟୁରୋ): କାଳିଆ ପ୍ରେମରେ ବିଦେଶିନୀ । କଥାରେ ଅଛି ଜଗା ଡୋରି ଥାରେ ଯାହାକୁ ଲାଗେ ସେ ଯେତେ ଦୂରରେ ଥିଲେ ବି ଜଗା ପାଖକୁ ଟାଣି ହୋଇ ଆସେ । ସାତ ସମୁଦ୍ର ସାତ ଦରିଆ ପାରି ହୋଇ ସୁଦୂର ୟୁରୋପରୁ କାଳିଆକୁ ଦର୍ଶନ କରିବାକୁ ଓଡି଼ଶା ଆସିଛନ୍ତି ଲିଳାବତୀ ଦାସି । କାଳିଆ ଦର୍ଶନ ପାଇଁ ସଂସାରର ମୋହ, ମାୟା, ଧନ ସମ୍ପତ୍ତି ତ୍ୟାଗ କରି ୧୦ ବର୍ଷ ହେବ ଓଡି଼ଶା ଚାଲି ଆସିଛନ୍ତି । ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ାରେ ଥିବା ରାଧାମାଧବ ମନ୍ଦିରରେ ରହି ଜଗନ୍ନାଥ ସଂସ୍କୃତିକୁ ଆପଣେଇନେଇଛନ୍ତି । ମୃଦଙ୍ଗ ବଜାଇ କୃଷ୍ଣ ନାମ ଜପ କରିବା ସହ ଜଗନ୍ନାଥ ଓ କୃଷ୍ଣଙ୍କର ସ୍ତବ ଓ ସ୍ତୋତ୍ର ପାଠ କରୁଛନ୍ତି ।

ବିଦେଶିନୀ ହୋଇଥିବାରୁ ଜଗନ୍ନାଥ ସଂସ୍କୃତି ନିୟମ ଅନୁସାରେ ଶ୍ରୀମନ୍ଦିର ଯାଇ କାଳିଆର ଦର୍ଶନ କରିପାରନ୍ତି ନାହିଁ । ବର୍ଷର ସେହି ଗୋଟିଏ ଦିନକୁ ଚାହିଁ ରହନ୍ତି ରଥଯାତ୍ରାକୁ, କେବେ ଶ୍ରୀମନ୍ଦିରରୁ ବାହାରକୁ ଆସି ଭକ୍ତଙ୍କୁ ଦର୍ଶନ ଦେବେ କାଳିଆ । ମାତ୍ର ଲିଳାବତୀଙ୍କ କାଳିଆ ଦର୍ଶନରେ କରୋନା ସାଜିଛି ପ୍ରତିବନ୍ଧକ । କାହିଁକି ନା ଲିଳାବତୀ ହେଉଛନ୍ତି ଜଣେ ବିଦେଶିନୀ । କରୋନା ପାଇଁ ରଥ ଯାତ୍ରାରେ କୋଭିଡ୍ କଟକଣା ପାଇଁ ସରକାର ବିନା ଭକ୍ତରେ ରଥଯାତ୍ରା ପାଳନ ପାଇଁ ନିୟମ କରିଥିବାରୁ ୨ ବର୍ଷ ହେବ କାଳିଆର ଦର୍ଶନ କରିପାରୁନଥିବାରୁ ଦୁଃଖିତ ଅଛନ୍ତି ଲିଳାବତୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ