Masthead

ଗେହଲଟ –ରାଜକୁମାରଙ୍କୁ ମିଳିଲା ସିସୋଦିଆଙ୍କ ବିଭାଗ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୈଳାଶ ଗେହଲଟ ଏବଂ ରାଜକୁମାର ଆନନ୍ଦଙ୍କୁ ମିଳିଛି ନୂଆ ବିଭାଗର ଦାୟିତ୍ୱ । ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପ୍ରସ୍ତାବକୁ ଉପରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ମନୀଷ ସିସୋଦିଆ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ବିଭାଗ ବଣ୍ଟନ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ତେବେ ସନ୍ଧ୍ୟାରେ ସିସୋଦିଆଙ୍କ ୧୮ଟି ବିଭାଗରୁ କେଜ୍‌ରିଓ୍ବାଲ କୈଳାଶଙ୍କୁ ୮ଟି ବିଭାଗ ଏବଂ ରାଜକୁମାରଙ୍କୁ ୧୦ଟି ବିଭାଗ ଦେବାକୁ ଏକ ପ୍ରସ୍ତାବ ଦେବା ସହ ଏସମ୍ପର୍କିତ ଫାଇଲ୍‌କୁ ସେ ଉପରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ।

ତେବେ ବୁଧବାର ଉପରାଜ୍ୟପାଳ ଭି.କେ ସକ୍ସେନା ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ବର୍ତ୍ତମାନ ଗେହଲଟଙ୍କୁ ଅର୍ଥ, ଯୋଜନା, ପବ୍ଲିକ ୱାର୍କ୍ସ ଡିପାର୍ଟମେଣ୍ଟ (ପିଡବ୍ଲ୍ୟୁଡି), ଶକ୍ତି, ଗୃହ, ସହରାଞ୍ଚଳର ବିକାଶ, ଜଳସେଚନ ଏବଂ ଖାଦ୍ୟ ନିୟନ୍ତ୍ରଣ ଏବଂ ଜଳ ବିଭାଗର ଦାୟିତ୍ୱ ଦିଆଯାଇଛି। ସେହିପରି ରାଜକୁମାର ଆନନ୍ଦଙ୍କୁ ଶିକ୍ଷା, ଜମି ଏବଂ ନିର୍ମାଣ, ଭିଜିଲାନ୍ସ, ସେବା, ପର୍ୟ୍ୟଟନ, କଳା, ସଂସ୍କୃତି ଏବଂ ଭାଷା, ଶ୍ରମ, ରୋଜଗାର, ସ୍ବାସ୍ଥ୍ୟ ଏବଂ ଶିଳ୍ପ ବିଭାଗ ପ୍ରଦାନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି