Masthead

ହୋଲି ଆସିଛି ହେଲେ ରଂଗ ନାହିଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସବୁଥର ପରି ଏଥର ବି ଆସିଛି ରଂଗର ପର୍ବ ହୋଲି । ବସନ୍ତର ମୃଦୁ ମଳୟରେ ରଂଗ ଅବିରରେ ରଙ୍ଗେଇ ହୋଇ ସମସ୍ତଙ୍କୁ ପ୍ରେମର ଫାସରେ ଆବଦ୍ଧ କରିବାର ପର୍ବ ହୋଲି । ଇନ୍ଦ୍ରଧନୁର ସାତ ରଂଗପରି ଜୀବନରେ ଅନେକ ରଂଗ ଭରି ରହିଛି । ହୋଲି ପର୍ବ ଜୀବନର ସେହିସବୁ ରଂଗକୁ ମନେପକରିଦିଏ । ହେଲେ ଏଥର ହୋଲି ଆସିଛି କିନ୍ତୁ ରଂଗ ନାହିଁ । କୋଭିଡ ମହାମାରି ଯେମିତି ସବୁ ରଂଗକୁ ବେରଂଗ କରିଦେଇଛି ।

ଯଦିଓ ଗତବର୍ଷ ମହାମାରୀ ଦେଶକୁ ମାଡ଼ିଆସିବା ପୂର୍ବରୁ ହୋଲିର ରଂଗ ଖେଳ ସୁରୁଖୁରୁରେ ସରିଯାଇଥିଲା କିନ୍ତୁ ଏଥର ହୋଲି ଆସିଛି ହେଲେ ଭାଇଚାରା ଓ ରଂଗର ପର୍ବ ପାଳିବାରେ କଟକଣା ଲାଗିଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମର ଜେନାଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ କୋଭିଡ-୧୯ ବ୍ୟାମିବାର ଆଶଙ୍କା ଥିବାରୁ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି । ହୋଲିରେ ଲୋକଙ୍କ ଗହଳି ଓ ସାସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ