Masthead

ବ୍ରିଟିଶ ଏମପିଙ୍କୁ ଜିନ୍ସ ମନା

(ବଡ଼ ଖବର ବ୍ୟୁରୋ): ସୋମବାରଠୁ ବ୍ରିଟିଶ ପାର୍ଲାମେଣ୍ଟ ଆରମ୍ଭ ହେଉଥିବା ବେଳେ ହାଉସ ଅଫ କମନ୍ସର ବାଚସ୍ପତି ଏମପିମାନଙ୍କ ପାଇଁ ଥିବା ଡ୍ରେସ କୋଡକୁ କଡ଼ାକଡ଼ କରିଛନ୍ତି । ଜିନ୍ସ ପୋଷାକ ବ୍ରିଟିଶ ଏମପିଙ୍କୁ ମନା । ଉପଯୁକ୍ତ ପୋଷାକ ପିନ୍ଧି ଆସିବାକୁ ବାଚସ୍ପତି କହିଛନ୍ତି । କୋଭିଡ-୧୯ ଲକଡାଉନରେ ହାଉସ ଅଫ କମନ୍ସରେ ବ୍ୟବହାର ଓ ଶିଷ୍ଟାଚାର ନିୟମାବଳୀ ଉପରେ କୋହଳ କରାଯାଇଥିଲା ।

ଏମପିମାନଙ୍କୁ ଭର୍ଚୁଆଲି ଅଧିବେଶନରେ ଯୋଗଦେବା ଲାଗି ଅନୁମତି ମିଳୁଥିଲା । ଏବେ କୋଭିଡ ସ୍ଥିତିରେ ସୁଧାର ଆସିବାରୁ ବାଚସ୍ପତି ଏମପିମାନଙ୍କ ବ୍ୟବହାର ଓ ଶିଷ୍ଟାଚାର ନିୟମାବଳୀରେ ସଂଶୋଧନ କରିଛନ୍ତି । ତା ସହ ଡ୍ରେସ କୋଡକୁ କଡାକଡି କଲେ ବାଚସ୍ପତି । ଜିନ୍ସ, ଟି-ସାର୍ଟ ଆଦି ପୋଷାକ ପିନ୍ଧିବା ମନା । ପାର୍ଲାମେଣ୍ଟ ସଦସ୍ୟ ଭାବେ କାର୍ଯ୍ୟ କରିବା ସ୍ୱାଧିକାର, ଏହା ସେମାନଙ୍କ ପୋଷାକ, ଭାଷା ଓ ବ୍ୟବହାରରେ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ନୂତନ ନିୟମାବଳୀରେ କୁହାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ