Masthead

ଧର୍ମେନ୍ଦ୍ରଙ୍କ ପାଇଁ କଷ୍ଟ ସହୁଛନ୍ତି କାହ୍ନୁ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): କିଡନି ରୋଗରେ ପିଡିତ ଧର୍ମେନ୍ଦ୍ର ସ୍ୱାଇଁ । ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ପୁଅ ଚିକିତ୍ସା ପାଇଁ ୬୦ବର୍ଷ ବୟସର ବାପା ଚେନାଇ ଯାଇଛି ଏକ ଘରୋଇ କମ୍ପାନୀରେ ଦାଦନ ଖଟିବାକୁ । ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅଢ଼ଙ୍ଗା ପଞ୍ଚାୟତ ଦାଆଗାଁରେ । କାହ୍ନୁ ଚରଣ ସ୍ୱାଇଁଙ୍କ ପୁଅ ଧର୍ମେନ୍ଦ୍ର ସ୍ୱାଇଁ କିଡନି ରୋଗରେ ପିଡିତ ହୋଇ ଘରେ ପଡିରହିଛନ୍ତି । ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ଉପଯୁକ୍ତ ଚିକିତ୍ସା କରାଇବାରୁ ବଞ୍ଚିତ ହୋଇଛନ୍ତି ପରିବାର ଲୋକେ । ନିଜର କିଛି ଜମିବାଡି ନଥିବାବେଳେ ଭାଗଚାଷ କରି ଯାହା ରୋଜଗାର କରନ୍ତି ସେହିଥିରେ ଚଳନ୍ତି । ୮ ମାସ ତଳେ ସେ ରୋଗରେ ପଡି କଟକ ବଡ଼ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ।

ମାତ୍ର ଅସୁସ୍ଥ ହୋଇପଡିବାରୁ ପରିବାର ଲୋକ କରି କିଛି ଟଙ୍କା ଯୋଗାଡ କରି ତାଙ୍କୁ କଟକ ଡାକ୍ତରଖାନାକୁ ପଠାଇଥିଲେ । ପରୀକ୍ଷା କରିବାରୁ ଧର୍ମେନ୍ଦ୍ରଙ୍କ ଦୁଇଟି କିଡ଼ନୀ ଖରାପ ହୋଇଯାଇଥିବା ଜାଣାପଡ଼ିଥିଲା । ଡାକ୍ତର କିଡନି ପ୍ରତିରୋପଣ ପାଇଁ ସାତ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ଧର୍ମେନ୍ଦ୍ରଙ୍କ ଚିକତ୍ସା ପାଇଁ ଏତେ ପରିମାଣର ଅର୍ଥର ଆବଶ୍ୟକତା ଥିବାବେଳେ କେଉଁଠୁ ସାହାଯ୍ୟ ପାଇବେ ଓ ପୁଅ ର ଚିକିତ୍ସା କରାଇବେ ସେନେଇ ଚିନ୍ତାରେ ପଡି ଯାଇଛନ୍ତି ଧର୍ମେନ୍ଦ୍ରଙ୍କ ପରିବାର। ଏପରି ଅବସ୍ଥାରେ ଯଦି କେହି ସରକାରୀ କିମ୍ବା ବେସରକାରୀ ସଂସ୍ଥା ତାଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାନ୍ତେ ତେବେ ଧର୍ମେନ୍ଦ୍ର ଭଲ ହୋଇପାରନ୍ତେ ବୋଲି ଗ୍ରାମବାସୀ ଓ ପରିବାର ଲୋକେ ଆଶା ବାନ୍ଧିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି