Masthead

୮  ଦିନ ହେଲାଣି ନାହିଁ ପାଣି, ଗରା ବାଲଟି ଧରି ଅନଶନରେ ଗ୍ରାମବାସୀ

କଣ୍ଟାବାଞ୍ଜି (ବଡ଼ ଖବର ବ୍ୟୁରୋ): ପାଣି ସମସ୍ୟା ନେଇ କଣ୍ଟାବାଞ୍ଜି ଗୁଡିଘାଟ ରାସ୍ତା ବନ୍ଦ କଲେ ନୂଆପଡ଼ା ୱାର୍ଡ ନମ୍ବର ୫ ଏବଂ ୬ ର ବାସିନ୍ଦା । ୮ ଦିନ ହେଲା ଆସୁନାହିଁ ପାଣି । ପାଣି ଯୋଗାଇବା ପାଇଁ ଅନେକ ଥର ପ୍ରଶାସନ କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଏହି ୱାର୍ଡ ରେ ପାଣି ର କୌଣସି ସୁବିଧା ନଥିବାରୁ ଅଞ୍ଚଳ ବାସୀ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଏହି ୱାର୍ଡ ଦେଇ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରିଛନ୍ତି କିନ୍ତୁ ଏତେ ଟଙ୍କା ଖର୍ଚ୍ଚ କରି ମଧ୍ୟ ଲୋକେ ପ୍ରଚଣ୍ଡ ଖରାରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପ୍ରଚଣ୍ଡ ଖରାରେ ବାଲଟି ,ଗରିଆ ,ମାଠିଆ ଧରି ରାସ୍ତା ଉପରେ ଅନଶନ କରି ରାସ୍ତା ବନ୍ଦ କରିଛନ୍ତି ଶତାଧିକ ମହିଳା ଏବଂ ଶିଶୁ । ପାଣି ନ ଆସିବା ପର୍ୟ୍ୟନ୍ତ ରାସ୍ତା ଅବରୋଧ ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ