Masthead

ବିଜେପି ପାଇଁ ମଣିପୁର ଭାରତର ଅଂଶ ନୁହେଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁରରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡେ଼ା ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଥୋବୁଲ ଜିଲ୍ଲାର ଖୋଙ୍ଗଜୋମ ୱାର ମେମୋରିଆଲରୁ ଏହି ଯାତ୍ରା ଆରମ୍ଭ ହୋଇଛି । ୧୧୦ ଜିଲ୍ଲାର ୧୧୦ ଲୋକସଭା ଓ ୩୩୭ ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଏହି ନ୍ୟାୟ ଯାତ୍ରା ଚାଲିବ । ମାର୍ଚ୍ଚ ୨୦ରେ ମୁମ୍ବାଇ ଠାରେ ଯାତ୍ରା ଶେଷ ହେବ । ଏହି ଅବସରରେ ରାହୁଲ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି ।

ମଣିପୁରରେ ଲାଗି ରହିଥିବା ହିଂସାକୁ ନେଇ ସେ ପ୍ରବଳ ବର୍ଷିଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଆରମ୍ଭ କରି ରାହୁଲ କହିଛନ୍ତି ଯେ ଜୁନ ୨୯ ପରଠାରୁ ମଣିପୁରରେ ଶାସନ ପୂରା ଢ଼ାଞ୍ଚା ନଷ୍ଟ ହୋଇଯାଇଛି । ପୂରା ରାଜ୍ୟରେ ଘୃଣା ବ୍ୟାପି ଯାଇଛି । ଲଜ୍ଜାଜନକ ଯେ ପ୍ରଧାନମନ୍ତ୍ରୀଙ୍କୁ ଆଜି ଯାଏଁ ମଣିପୁର ଯିବାକୁ ସମୟ ମିଳିନାହିଁ । ସେ ମଣିପୁରକୁ ଥରଟିଏ ବି ଗସ୍ତ କରିନାହାନ୍ତି । ବିଜେପିର ରାଜନୀତି ଯୋଗୁଁ ମଣିପୁର ଯାହା ପାଇବା ଆବଶ୍ୟକ ତାହା ହରାଇଛି । ମଣିପୁର ହିଂସାରେ ଏତେ ଲୋକ ମରିଲେ । ଲୋକେ ଦୁଃଖ ଭୋଗିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ହାତ ଧରିବାକୁ ଆସିଲେ ନାହିଁ । ବୋଧହୁଏ ବିଜେପି ପାଇଁ ମଣିପୁର ଭାରତର ଅଂଶ ନୁହେଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ