Masthead

ବିଜେପି ପାଇଁ ମଣିପୁର ଭାରତର ଅଂଶ ନୁହେଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁରରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡେ଼ା ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଥୋବୁଲ ଜିଲ୍ଲାର ଖୋଙ୍ଗଜୋମ ୱାର ମେମୋରିଆଲରୁ ଏହି ଯାତ୍ରା ଆରମ୍ଭ ହୋଇଛି । ୧୧୦ ଜିଲ୍ଲାର ୧୧୦ ଲୋକସଭା ଓ ୩୩୭ ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଏହି ନ୍ୟାୟ ଯାତ୍ରା ଚାଲିବ । ମାର୍ଚ୍ଚ ୨୦ରେ ମୁମ୍ବାଇ ଠାରେ ଯାତ୍ରା ଶେଷ ହେବ । ଏହି ଅବସରରେ ରାହୁଲ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି ।

ମଣିପୁରରେ ଲାଗି ରହିଥିବା ହିଂସାକୁ ନେଇ ସେ ପ୍ରବଳ ବର୍ଷିଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଆରମ୍ଭ କରି ରାହୁଲ କହିଛନ୍ତି ଯେ ଜୁନ ୨୯ ପରଠାରୁ ମଣିପୁରରେ ଶାସନ ପୂରା ଢ଼ାଞ୍ଚା ନଷ୍ଟ ହୋଇଯାଇଛି । ପୂରା ରାଜ୍ୟରେ ଘୃଣା ବ୍ୟାପି ଯାଇଛି । ଲଜ୍ଜାଜନକ ଯେ ପ୍ରଧାନମନ୍ତ୍ରୀଙ୍କୁ ଆଜି ଯାଏଁ ମଣିପୁର ଯିବାକୁ ସମୟ ମିଳିନାହିଁ । ସେ ମଣିପୁରକୁ ଥରଟିଏ ବି ଗସ୍ତ କରିନାହାନ୍ତି । ବିଜେପିର ରାଜନୀତି ଯୋଗୁଁ ମଣିପୁର ଯାହା ପାଇବା ଆବଶ୍ୟକ ତାହା ହରାଇଛି । ମଣିପୁର ହିଂସାରେ ଏତେ ଲୋକ ମରିଲେ । ଲୋକେ ଦୁଃଖ ଭୋଗିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କ ହାତ ଧରିବାକୁ ଆସିଲେ ନାହିଁ । ବୋଧହୁଏ ବିଜେପି ପାଇଁ ମଣିପୁର ଭାରତର ଅଂଶ ନୁହେଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି