Masthead

ୱାସିଂଟନରେ ମୋଦିଙ୍କ କ୍ରେଜ!

ବଡ଼ ଖବର ବ୍ୟୁରୋ:   ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ମଧ୍ୟରେ ମୋଦି ୱାସିଂଟନରେ ପହଞ୍ଚିଛନ୍ତି । ତେବେ ୱାସିଂଟନରେ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଅନେକ ଅଧିକାରୀ ପହଞ୍ଚିଥିଲେ । ଭାରତର ରାଷ୍ଟ୍ରଦୂତ ତାରଞ୍ଜିତ ସିଂହ ସଂନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପଟେ ୱାସିଂଟନରେ ବର୍ଷା ହେଉଥିବାରୁ ମୋଦି ଛତା ଧରି ବିମାନରୁ ଓହ୍ଲାଉଥିବାର ଦେଖିବାକୁ ମିଳିଛି । ହେଲେ ବର୍ଷାକୁ ଖାତିର ନକରି ମୋଦିଙ୍କ ହଜାର ହଜାର ପ୍ରଶଂସକ ବିମାନବନ୍ଦରରେ ପହଞ୍ଚିଥିଲେ । ଏପରିକି ମୋଦି ନିଜ କାରକେଡ଼ରେ ହୋଟେଲ ଅଭିମୁଖେ ଯାଉଥିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ପ୍ରବାସୀ ଭାରତୀୟଙ୍କ ଭିଡ଼ ଜମିଥିଲା ।

ବର୍ଷାକୁ ଖାତିର ନକରି ଶତାଧିକ ପ୍ରଶଂସକ ମୋଦିଙ୍କ ଟିକେ ଝଲକ ପାଇବା ପାଇଁ ଛତା ଧରି ରାସ୍ତାରେ ଛିଡ଼ା ହୋଇଥିଲେ । ଏହା ଦେଖି ମୋଦି ନିଜକୁ ଆଉ ସମ୍ଭାଳି ନପାରି କାରରୁ ଓହ୍ଲାଇପଡିଥିଲେ । ଏବଂ କିଛି ଲୋକଙ୍କ ସହ ହାତ ମଧ୍ୟ ମିଳାଇଥିଲେ । ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ମୋଦି ବିଦେଶ ଗସ୍ତରେ ଅଛନ୍ତି । ଯାହା ଫଳରେ ପ୍ରବାସୀ ଭାରତୀୟଙ୍କ ମୋଦିଙ୍କୁ ସାକ୍ଷାତ କରିବା ନେଇ ଉକ୍ରଣ୍ଠା ଭରିରହିଥିଲା । ଯାହା ଏହି ଚିତ୍ର ଦେଖିଲେ ସ୍ପଷ୍ଟ ବାରି ହେଉଛି । ୱାସିଂଟନରେ ମୋଦିଙ୍କ କ୍ରେଜ କେତେ ତାହା ଏଥିରୁ ହିଁ ଜଣାପଡ଼ୁଛି । ସେପଟେ କିଛିଦିନ ପୂର୍ବରୁ ଟପ ୧୦୦ ବିଶ୍ୱର ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ମୋଦି ସ୍ଥାନ ପାଇଥିଲେ । ଫଳରେ ସାରା ବିଶ୍ୱରେ ମୋଦି ନିଜ ସହ ଭାରତର ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ଗସ୍ତ ଅବସରରେ ମୋଦି ଆମେରିକୀୟ କମ୍ପାନୀଗୁଡକିର ସିଇଓମାନଙ୍କୁ ସାକ୍ଷାତ କରିବାର ସୂଚନା ମିଳିଛି । ଏହା ସହ ଆମେରିକା ଉପ-ରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସହ ମଧ୍ୟ ଆଲୋଚନା କରିବେ । ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଏକ ବୈଠକର କାର୍ଯ୍ୟକ୍ରମ ରହିଛି । ଏହା ଛଡ଼ା ଉଭୟ ନେତାଙ୍କ ସାକ୍ଷାତକାର ଉପରେ ସାରା ବିଶ୍ୱର ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି