Masthead

ୱାସିଂଟନରେ ମୋଦିଙ୍କ କ୍ରେଜ!

ବଡ଼ ଖବର ବ୍ୟୁରୋ:   ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ମଧ୍ୟରେ ମୋଦି ୱାସିଂଟନରେ ପହଞ୍ଚିଛନ୍ତି । ତେବେ ୱାସିଂଟନରେ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଅନେକ ଅଧିକାରୀ ପହଞ୍ଚିଥିଲେ । ଭାରତର ରାଷ୍ଟ୍ରଦୂତ ତାରଞ୍ଜିତ ସିଂହ ସଂନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପଟେ ୱାସିଂଟନରେ ବର୍ଷା ହେଉଥିବାରୁ ମୋଦି ଛତା ଧରି ବିମାନରୁ ଓହ୍ଲାଉଥିବାର ଦେଖିବାକୁ ମିଳିଛି । ହେଲେ ବର୍ଷାକୁ ଖାତିର ନକରି ମୋଦିଙ୍କ ହଜାର ହଜାର ପ୍ରଶଂସକ ବିମାନବନ୍ଦରରେ ପହଞ୍ଚିଥିଲେ । ଏପରିକି ମୋଦି ନିଜ କାରକେଡ଼ରେ ହୋଟେଲ ଅଭିମୁଖେ ଯାଉଥିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ପ୍ରବାସୀ ଭାରତୀୟଙ୍କ ଭିଡ଼ ଜମିଥିଲା ।

ବର୍ଷାକୁ ଖାତିର ନକରି ଶତାଧିକ ପ୍ରଶଂସକ ମୋଦିଙ୍କ ଟିକେ ଝଲକ ପାଇବା ପାଇଁ ଛତା ଧରି ରାସ୍ତାରେ ଛିଡ଼ା ହୋଇଥିଲେ । ଏହା ଦେଖି ମୋଦି ନିଜକୁ ଆଉ ସମ୍ଭାଳି ନପାରି କାରରୁ ଓହ୍ଲାଇପଡିଥିଲେ । ଏବଂ କିଛି ଲୋକଙ୍କ ସହ ହାତ ମଧ୍ୟ ମିଳାଇଥିଲେ । ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ମୋଦି ବିଦେଶ ଗସ୍ତରେ ଅଛନ୍ତି । ଯାହା ଫଳରେ ପ୍ରବାସୀ ଭାରତୀୟଙ୍କ ମୋଦିଙ୍କୁ ସାକ୍ଷାତ କରିବା ନେଇ ଉକ୍ରଣ୍ଠା ଭରିରହିଥିଲା । ଯାହା ଏହି ଚିତ୍ର ଦେଖିଲେ ସ୍ପଷ୍ଟ ବାରି ହେଉଛି । ୱାସିଂଟନରେ ମୋଦିଙ୍କ କ୍ରେଜ କେତେ ତାହା ଏଥିରୁ ହିଁ ଜଣାପଡ଼ୁଛି । ସେପଟେ କିଛିଦିନ ପୂର୍ବରୁ ଟପ ୧୦୦ ବିଶ୍ୱର ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ମୋଦି ସ୍ଥାନ ପାଇଥିଲେ । ଫଳରେ ସାରା ବିଶ୍ୱରେ ମୋଦି ନିଜ ସହ ଭାରତର ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ଗସ୍ତ ଅବସରରେ ମୋଦି ଆମେରିକୀୟ କମ୍ପାନୀଗୁଡକିର ସିଇଓମାନଙ୍କୁ ସାକ୍ଷାତ କରିବାର ସୂଚନା ମିଳିଛି । ଏହା ସହ ଆମେରିକା ଉପ-ରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସହ ମଧ୍ୟ ଆଲୋଚନା କରିବେ । ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଏକ ବୈଠକର କାର୍ଯ୍ୟକ୍ରମ ରହିଛି । ଏହା ଛଡ଼ା ଉଭୟ ନେତାଙ୍କ ସାକ୍ଷାତକାର ଉପରେ ସାରା ବିଶ୍ୱର ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ