Masthead

ବିକାଶରୁ ଲାଲଗଡ଼ ବାଦ୍

ସିନାପାଲି, (ବଡ଼ ଖବର ବ୍ୟୁରୋ): ଦେଶର ଆତ୍ମା ଗାଁରେ ଅଛି । ଗାଁର ବିକାଶ ପାଇଁ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା । ମାତ୍ର ନୂଆପଡ଼ା ଜିଲ୍ଲାର ଦକ୍ଷିଣ-ପଶ୍ଚିମରେ ଥିବା ସୁନାବେଢ଼ା ଘାଟମାଲ ଅଞ୍ଚଳରେ ବିକାଶର ଆଲୋକ ପଡିନାହିଁ । ଘଞ୍ଚଜଙ୍ଗଲ ମଧ୍ୟରେ ରହିଛି ଏହି ଅଞ୍ଚଳ । ଏହି ଅଞ୍ଚଳ ଲାଲଗଡ଼ ଭାବରେ ପରିଚିତ । ଏହି ଅଞ୍ଚଳରେ ରହିଛି ୧୦ଟି ଗାଁ । ଏହିସବୁ ଗାଁକୁ ଯାତାୟତ ପାଇଁ ରାସ୍ତା ନାହିଁ । ମୁଖ୍ୟରାସ୍ତା ସହ ସଂଯୋଗ କରିବା ପାଇଁ ୫ଟି ପୋଲ ଦେଇ ଯିବାକୁ ପଡ଼ୁଛି । କିନ୍ତୁ ଏହି ୫ଟି ପୋଲ ଏବେ ଭାଙ୍ଗିଯାଇଛି । ଏହାଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ନାଳପାଣି ମାଡିଯିବାରୁ ରାସ୍ତା ମଧ୍ୟ ଧୋଇ ହେବାରେ ଲାଗିଛି । ଗାଁକୁ ଗାଡି ଯିବା ଅସମ୍ଭବ । ଏମିତିକି ଜରୁରୀ ସମୟରେ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ । ବାଧ୍ୟହୋଇ ଲୋକେ ଭାରରେ ରୋଗୀଙ୍କୁ ବୋହି ଆଣୁଛନ୍ତି ଡାକ୍ତରଖାନା । ଦୀର୍ଘ ତିନିବର୍ଷ ହେବ ପୋଲ ଭାଙ୍ଗିଯାଇଥିଲେ ସୁଦ୍ଧା ଏଯାବତ ପ୍ରଶାସନର ନଜର ପଡିନାହିଁ । ଅପହଞ୍ଚ ଅଞ୍ଚଳ ହୋଇଥିବାରୁ ଏଠାକୁ ପ୍ରଶାସନିକ ଅଧିକାରୀ ଓ ରାଜନେତାମାନେ ପାଦ ପକାଉନାହାନ୍ତି । ବର୍ଷା ହେଲେ ଏହି ଗାଁ ସବୁ ବାହ୍ୟଜଗତରୁ ବିଛିନ୍ନ ହୋଇପଡୁଛି । ଫଳରେ ଲୋକମାନେ ପଞ୍ଚାୟତ, ମେଡିକାଲ ଓ ଅନ୍ୟ କାମରେ ଆସିପାରୁନାହାନ୍ତି । ଏଣୁ ପୋଲ ନିର୍ମାଣ ସହ ରାସ୍ତା ମରାମତି ପାଇଁ ଦାବି ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ