Masthead

ବିକାଶରୁ ଲାଲଗଡ଼ ବାଦ୍

ସିନାପାଲି, (ବଡ଼ ଖବର ବ୍ୟୁରୋ): ଦେଶର ଆତ୍ମା ଗାଁରେ ଅଛି । ଗାଁର ବିକାଶ ପାଇଁ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା । ମାତ୍ର ନୂଆପଡ଼ା ଜିଲ୍ଲାର ଦକ୍ଷିଣ-ପଶ୍ଚିମରେ ଥିବା ସୁନାବେଢ଼ା ଘାଟମାଲ ଅଞ୍ଚଳରେ ବିକାଶର ଆଲୋକ ପଡିନାହିଁ । ଘଞ୍ଚଜଙ୍ଗଲ ମଧ୍ୟରେ ରହିଛି ଏହି ଅଞ୍ଚଳ । ଏହି ଅଞ୍ଚଳ ଲାଲଗଡ଼ ଭାବରେ ପରିଚିତ । ଏହି ଅଞ୍ଚଳରେ ରହିଛି ୧୦ଟି ଗାଁ । ଏହିସବୁ ଗାଁକୁ ଯାତାୟତ ପାଇଁ ରାସ୍ତା ନାହିଁ । ମୁଖ୍ୟରାସ୍ତା ସହ ସଂଯୋଗ କରିବା ପାଇଁ ୫ଟି ପୋଲ ଦେଇ ଯିବାକୁ ପଡ଼ୁଛି । କିନ୍ତୁ ଏହି ୫ଟି ପୋଲ ଏବେ ଭାଙ୍ଗିଯାଇଛି । ଏହାଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ନାଳପାଣି ମାଡିଯିବାରୁ ରାସ୍ତା ମଧ୍ୟ ଧୋଇ ହେବାରେ ଲାଗିଛି । ଗାଁକୁ ଗାଡି ଯିବା ଅସମ୍ଭବ । ଏମିତିକି ଜରୁରୀ ସମୟରେ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ । ବାଧ୍ୟହୋଇ ଲୋକେ ଭାରରେ ରୋଗୀଙ୍କୁ ବୋହି ଆଣୁଛନ୍ତି ଡାକ୍ତରଖାନା । ଦୀର୍ଘ ତିନିବର୍ଷ ହେବ ପୋଲ ଭାଙ୍ଗିଯାଇଥିଲେ ସୁଦ୍ଧା ଏଯାବତ ପ୍ରଶାସନର ନଜର ପଡିନାହିଁ । ଅପହଞ୍ଚ ଅଞ୍ଚଳ ହୋଇଥିବାରୁ ଏଠାକୁ ପ୍ରଶାସନିକ ଅଧିକାରୀ ଓ ରାଜନେତାମାନେ ପାଦ ପକାଉନାହାନ୍ତି । ବର୍ଷା ହେଲେ ଏହି ଗାଁ ସବୁ ବାହ୍ୟଜଗତରୁ ବିଛିନ୍ନ ହୋଇପଡୁଛି । ଫଳରେ ଲୋକମାନେ ପଞ୍ଚାୟତ, ମେଡିକାଲ ଓ ଅନ୍ୟ କାମରେ ଆସିପାରୁନାହାନ୍ତି । ଏଣୁ ପୋଲ ନିର୍ମାଣ ସହ ରାସ୍ତା ମରାମତି ପାଇଁ ଦାବି ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି