Masthead

ଖୋଲାମେଲା ବଙ୍ଗସୀମା

ଭୋଗରାଇ(ବଡ଼ ଖବର ବ୍ୟୁରୋ): ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି କରୋନାର ଦ୍ୱିତୀୟ ଲହର । ଯାହାକୁ ମାତ୍ଦେବା ପାଇଁ ଲକଡାଉନ ସଟଡାଉନକୁ ପୁଣି ଆପଣାଇଛନ୍ତି ସରକାର । ଜାରି ହୋଇଛି କଟକଣା । ଏପଟେ ପୁଣି ବୈଜ୍ଞାନିକଙ୍କ ଚିନ୍ତା ବଢାଇଛି ବେଙ୍ଗଲ ଭାଇରସ । ପଶ୍ଚିମବଙ୍ଗରେ ବ୍ୟାପୁଥିବା ଥାର୍ଡ ମ୍ୟୁଟାଣ୍ଟକୁ ନେଇ ଏବେ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଯାହାକୁ ନେଇ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା । ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିଥିବା ଲୋକଙ୍କ ପାଇଁ କ୍ୱାରେନଣ୍ଟାଇନକୁ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ବାଲେଶ୍ୱରକୁ ଲାଗିଥିବା ପଶ୍ଚିମବଙ୍ଗ ସୀମାରେ ଡେରା ପକାଇଛି ପୋଲିସ । ବିଭିନ୍ନ ଜାଗାରେ ବ୍ଲକିଂ କରି ଲୋକଙ୍କ ପରୀକ୍ଷା କରାଯିବା ସହ ସାମାନ୍ୟ ଲକ୍ଷଣ ଥିଲେ ସେମାନଙ୍କୁ କ୍ୱାରେନଣ୍ଟାଇନର ବ୍ୟବସ୍ଥା କରାଯାଉଛି । କିନ୍ତୁ ଭୋଗରାଇରେ ସ୍ଥିତି କିଛି ଅଲଗା ଅଛି । ଏଠାରେ ମୁକୁଳା ପଡିଛି ସୀମା । ଯିଏ ଯେମିତି ପାରୁଛି ଯୋଉ ବାଟେ ପାରୁଛି ଯାଆ ଆସ କରିପାରୁଛି । ଭୋଗରାଇ ବ୍ଲକର ୩୨ ଗାଁ ପଶ୍ଚିମବଙ୍ଗ ସହ ଲାଗି ରହିଛି । ଏହି ରାସ୍ତା ଦେଇ ପ୍ରତିଦିନ ଲୋକେ ପଶ୍ଚିମବଙ୍ଗକୁ ଅବାଧରେ ଯିବା ଆସିବା କରୁଛନ୍ତି । ପ୍ରଶାସନ ପକ୍ଷରୁ ଏହି ସବୁ ସୀମାକୁ ତୁରନ୍ତ ସିଲ କରାଯିବାକୁ ସାଧାରଣରେ ଦାବି ହେଉଛି । ଏହା ବାଦ ଏହି ସବୁ ସ୍ଥାନରେ କ୍ୟାମ୍ପ ବସାଇ ଟେଷ୍ଟିଂ ଓ ସ୍କ୍ରିନିଂକୁ ଗୁରୁତ୍ୱଦେବା ଜରୁରୀ ହୋଇପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି