Masthead

ହିଂସା ଭିତରେ ବାଂଲାଦେଶ ସରକାରର ନେତୃତ୍ୱ ନେଲେ ମହମ୍ମଦ ୟୁନୁସ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାଂଲାଦେଶରେ ଆରମ୍ଭ ହେଲା ୟୁନୁସ୍ ସରକାର । ଅନ୍ତରୀଣ ସରକାରର ମୁଖିଆ ଭାବେ ଶପଥ ନେଲେ ମହମ୍ମଦ ୟୁନୁସ୍ । ଦେଶରେ ରାଜନୈତିକ ଅସ୍ଥିରତା ଭିତରେ ରାତି ୮ଟା ୫୦ ବେଳେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ୮୪ ବର୍ଷୀୟ ୟୁନୁସ୍ ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ଭାବେ ଶପଥ ନେଇଛନ୍ତି। ଶେଖ୍ ହସିନା କ୍ଷମତାରୁ ବହିଷ୍କୃତ ହେବା ପରେ ଏବେ ମହମ୍ମଦ ଅନ୍ତରୀଣ ସରକାରର ମୁଖ୍ୟ। ଢାକାରେ ପହଞ୍ଚିବା ପରେ ସେ ନିଜର ପ୍ରଥମ ବୟାନ ଦେଇ କହିଛନ୍ତି ଯେ ସରକାର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବେ।

ସମଗ୍ର ବାଂଲାଦେଶ ଗୋଟିଏ ପରିବାର। ସମସ୍ତଙ୍କୁ ସୁରକ୍ଷା ଦେବା ସରକାରଙ୍କ କର୍ତ୍ତବ୍ୟ। ମହମ୍ମଦ ୟୁନୁସଙ୍କୁ ୨୦୦୬ରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ଷୁଦ୍ର ଋଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ମହମ୍ମଦ ୟୁନୁସ ଅଲିମ୍ପିକ୍ସ ପାଇଁ ପ୍ୟାରିସ ଯାଇଥିଲେ। ସେ ଦୁବାଇ ଦେଇ ବାଂଲାଦେଶ ଫେରିଛନ୍ତି। ହଜରତ ଶାହାଜାଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ, ବରିଷ୍ଠ ଅଧିକାରୀ, ଛାତ୍ର ନେତା ଏବଂ ଅନ୍ୟମାନେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ। ଅନ୍ତରୀଣ ସରକାର ଗଠନ ପରେ ଆମେରିକା ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ ସେ ବାଂଲାଦେଶର ବିକାଶ ଉପରେ ତୀକ୍ଷ୍ଣ ନଜର ରଖିବେ।

ଏଥିସହିତ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ସରକାରରେ ଦେଶରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ମିଲର ଆଶା ବ୍ୟକ୍ତ କରିଛନ୍ତି। ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ମିଲର କହିଛନ୍ତି, ବାଂଲାଦେଶରେ ଦୀର୍ଘକାଳୀନ ଶାନ୍ତି ଓ ରାଜନୈତିକ ସ୍ଥିରତା ବଜାୟ ରଖିବାରେ ଏକ ଅନ୍ତରୀଣ ସରକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆମେରିକା ଅନ୍ତରୀଣ ସରକାର ସହିତ କାମ କରିବାକୁ ଆଗ୍ରହୀ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା