Masthead

‘ବଡ଼ ଖବର’ ହାତରେ ଲାଗିଛି ରୋଚକ ତଥ୍ୟ: ନାବାଳକକୁ ସାବାଳକ ସଜାଇ …….

ପିପିଲି(ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ପିପିଲି ପୋଲିସ । ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ପିପିଲି ଥାନା ହାଜତ ଥାର୍ଡ ଡିଗ୍ରୀ ଘଟଣାରେ ପିପିଲି ପୋଲିସ ଏବେ ଅଡୁଆ ସୂତାରେ ଛନ୍ଦି ହୋଇଯାଇଛି । ଜଣେ ନାବାଳକ ଅଭିଯୁକ୍ତଙ୍କୁ ସାବାଳକ ସଜାଇ ନିସ୍ତୁକ ପିଟି ଜେଲ ହାଜତରେ ଠୁଙ୍କି ଦେଇଛି ପୋଲିସ । ଆକ୍ରମଣ ମାମଲାରେ ପିପିଲି ସୁଲତାନ ନଗର ଅଞ୍ଚଳର ଜଣେ ୧୭ ବର୍ଷର ପୁଅକୁ ପୁଲିସ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯେଉଁ ମାମଲାରେ ତାଙ୍କୁ ଗିରଫ ଦର୍ଶାଯାଇଛି,ଉକ୍ତ ଘଟଣା ଘଟିବାର ୨ଘଣ୍ଟା ପୂର୍ବରୁ ତାଙ୍କୁ ପୁଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା କ୍ରମେ ଜଟିଳ ମୋଡ଼ ନେଉଛି । ନାବାଳକ ଅପରାଧୀଙ୍କୁ ସ୍ୱତନ୍ତ୍ର ଅଦାଲତକୁ ପଠାଇବାର ନିୟମ ରହିଛି । ବ୍ରହ୍ମପୁରସ୍ଥିତ ବାଳ ଅପରାଧ ଜେଲକୁ ପଠାଇବା ପରିବର୍ତ୍ତେ ନିମାପଡା ଜେଲକୁ ପଠାଇ ପୋଲିସ ଏବେ ହରଡ଼ଘଣାରେ ପଡିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅତୀତର ବେବିନା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପିପିଲି ପୋଲିସ ସାରା ଦେଶରେ ନିନ୍ଦିତ ହୋଇଥିବାବେଳେ ଏବେ ଥାନା ହାଜତରେ ଥାର୍ଡ ଡିଗ୍ରୀ ଘଟଣା ପିପିଲି ପୋଲିସର କାର୍ଯ୍ୟଦକ୍ଷତା ଓ ନିରପେକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ନାବାଳକକୁ ବାଦ୍ ଦେଲେ ଅନ୍ୟ ୫ ଅଭିଯୁକ୍ତ ଅତି ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଅମାନବୀୟ ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ମାନବାଧିକାର କର୍ମୀ ପ୍ରମୁଖ ନିନ୍ଦା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା