Masthead

‘ବଡ଼ ଖବର’ ହାତରେ ଲାଗିଛି ରୋଚକ ତଥ୍ୟ: ନାବାଳକକୁ ସାବାଳକ ସଜାଇ …….

ପିପିଲି(ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ପିପିଲି ପୋଲିସ । ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ପିପିଲି ଥାନା ହାଜତ ଥାର୍ଡ ଡିଗ୍ରୀ ଘଟଣାରେ ପିପିଲି ପୋଲିସ ଏବେ ଅଡୁଆ ସୂତାରେ ଛନ୍ଦି ହୋଇଯାଇଛି । ଜଣେ ନାବାଳକ ଅଭିଯୁକ୍ତଙ୍କୁ ସାବାଳକ ସଜାଇ ନିସ୍ତୁକ ପିଟି ଜେଲ ହାଜତରେ ଠୁଙ୍କି ଦେଇଛି ପୋଲିସ । ଆକ୍ରମଣ ମାମଲାରେ ପିପିଲି ସୁଲତାନ ନଗର ଅଞ୍ଚଳର ଜଣେ ୧୭ ବର୍ଷର ପୁଅକୁ ପୁଲିସ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯେଉଁ ମାମଲାରେ ତାଙ୍କୁ ଗିରଫ ଦର୍ଶାଯାଇଛି,ଉକ୍ତ ଘଟଣା ଘଟିବାର ୨ଘଣ୍ଟା ପୂର୍ବରୁ ତାଙ୍କୁ ପୁଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା କ୍ରମେ ଜଟିଳ ମୋଡ଼ ନେଉଛି । ନାବାଳକ ଅପରାଧୀଙ୍କୁ ସ୍ୱତନ୍ତ୍ର ଅଦାଲତକୁ ପଠାଇବାର ନିୟମ ରହିଛି । ବ୍ରହ୍ମପୁରସ୍ଥିତ ବାଳ ଅପରାଧ ଜେଲକୁ ପଠାଇବା ପରିବର୍ତ୍ତେ ନିମାପଡା ଜେଲକୁ ପଠାଇ ପୋଲିସ ଏବେ ହରଡ଼ଘଣାରେ ପଡିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅତୀତର ବେବିନା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପିପିଲି ପୋଲିସ ସାରା ଦେଶରେ ନିନ୍ଦିତ ହୋଇଥିବାବେଳେ ଏବେ ଥାନା ହାଜତରେ ଥାର୍ଡ ଡିଗ୍ରୀ ଘଟଣା ପିପିଲି ପୋଲିସର କାର୍ଯ୍ୟଦକ୍ଷତା ଓ ନିରପେକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ନାବାଳକକୁ ବାଦ୍ ଦେଲେ ଅନ୍ୟ ୫ ଅଭିଯୁକ୍ତ ଅତି ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଅମାନବୀୟ ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ମାନବାଧିକାର କର୍ମୀ ପ୍ରମୁଖ ନିନ୍ଦା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି