Masthead

ରୋହିତଙ୍କ ବିସ୍ଫୋରଣରେ ପାକିସ୍ତାନ ଧରାଶାୟୀ

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ଅହମ୍ମଦାବାଦ ମ୍ୟାଚରେ ଭାରତର ବଡ ବିଜୟ । ପାକିସ୍ତାନକୁ ୭ ୱିକେଟର ହରାଇଲା ଟିମ୍ ଇଣ୍ଡିଆ । ଆଉ ଭାରତର ଏହି ବିଜୟ ପରେ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ପାକିସ୍ତାନ ବିପକ୍ଷରେ ଏକ ରେକର୍ଡ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ ବିଶ୍ୱକପରେ ଲଗାତାର ତୃତୀୟ ବିଜୟ ନିଜ ନାମରେ କରିଛି ରୋହିତ ସେନା । ପାକିସ୍ତାନର ୧୯୨ ରନର ଛୋଟ ଟାର୍ଗେଟକୁ ପିଛା କରି ମାତ୍ର ୩୦.୩ ଓଭରରେ ହିଁ ବିଜୟୀ ହୋଇଛି ଭାରତ ।

ଅହମ୍ମଦାବାଦରେ ପ୍ରଥମେ ଭାରତୀୟ ବୋଲରଙ୍କ କମାଲ ପରେ ରୋହିତ ଶର୍ମାଙ୍କ ବିସ୍ଫୋରଣ ଭାରତକୁ ବୃହତ ବିଜୟ ଆଣି ଦେଇଛି । ୧୧୭ ବଲ ଓ ୭ ୱିକେଟରେ ବିଜୟୀ ହୋଇଛି ରୋହିତ ବାହିନୀ । ଆଉ ଏହି ବିଜୟ ସହ ଭାରତ ସମସ୍ତ ଦଳକୁ ପଛରେ ପକାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅକ୍ତିଆର କରିଛି । ବୁମରା ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୮୬ ରନ କରିଥିଲେ । ୬୩ ବଲରୁ ବିସ୍ଫୋରକ ଖେଳ ଖେଳି ୮୬ ରନ କରିଥିଲେ ରୋହିତ, ଯେଉଁଥିଲେ ଥିଲା ବିଶାଳ ୬ଟି ଛକା ।

ଏଥିସହ ଦିନିକିଆରେ ରୋହିତ ଶର୍ମା ୩୦୦ ଛକାର ରେକର୍ଡ କରିଛନ୍ତି । ଶ୍ରେୟସ ଅୟର ୬୩ ବଲରୁ ଅପରାଜିତ ୫୩ ରନ କରି ଦଳକୁ ବିଜୟୀ କରାଇଥିଲେ । ଏହି ଅର୍ଦ୍ଧଶତକୀୟ ପାଳିରେ ଅୟର ୩ ଚୌକା ଓ ୨ଟି ଛକା ମାରିଥିଲେ । କେଏଲ ରାହୁଲ ୧୯ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ଓ ଶୁବମନ ଗିଲ ୧୬ ରନ ଲେଖାଏଁ କରିଥିଲେ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ପ୍ରଥମରୁ ପାକିସ୍ତାନର ଦୁଇ ଓପନର ବ୍ୟାଟର ଚମକ୍ରାର ଢ଼ଙ୍ଗରେ ପାଳି ଆରମ୍ଭ କରିଥିଲେ । ସେପଟେ ବିଶ୍ୱକପରେ ପାକିସ୍ତାନକୁ ଭାରତ ପରାଜୟ କରିବା ପରେ ପ୍ରଧାନମନ୍ତ୍ରୀ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି, ଭାରତୀୟ ଟିମ ଓ ଭାରତବାସୀଙ୍କୁ ଏହି ବିଜୟ ପାଇଁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ଭାରତ ବହୁତ ସୁନ୍ଦର ବିଜୟ ହାସଲ କରିଛି । କ୍ରୀଡା ହେଉଛି ଭାରତୀୟ ସଂସ୍କୃତିର ଏକ ଭାଗ । ଏହାସହ ଭାରତରେ ପ୍ରତିଟି ଗ୍ରାମରେ ପାଳନ ହେଉଥିବା ପର୍ବରେ କ୍ରୀଡା ସାମିଲ ଥାଏ ବୋଲି ସେ କହିଛନ୍ତି । ଆମେ ଭାରତୀୟ ମାନେ କେବଳ କ୍ରୀଡାପ୍ରେମୀ ନୁହଁନ୍ତି ବରଂ କ୍ରୀଡାକୁ ନେଇ ଜୀବନ ଜିଇଁ ଥାନ୍ତି ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ