Masthead

ନୂଆପଡ଼ା ବିଜେଡିରେ କୁହୁଳୁଛି ଅସନ୍ତୋଷର ଧୂଆଁ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ବିରୋଧ । ନୂଆପଡ଼ା ବିଜେଡିରେ କୁହୁଳୁଛି ଅସନ୍ତୋଷର ଧୂଆଁ। ମନ୍ତ୍ରୀଙ୍କ ବିରୋଧରେ ନିଜ ଦଳ ନେତାଙ୍କ ସାମ୍ବାଦିକ ସମ୍ମିଳନୀ। ମନ୍ତ୍ରୀ ଭ୍ରଷ୍ଟାଚାରରେ ବୁଡି ରହିଛନ୍ତି, ପିସି ନେଇ ଠିକା ଦେଉଛନ୍ତି, ବିଭିନ୍ନ ଠିକା ଚାକିରି କରାଇଦେବା ପାଇଁ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି କର୍ମୀ । ବିଜେଡ଼ିର ଜିଲ୍ଲା ସଭାପତି, ଯୁବ ସଭାପତି, ରାଜ୍ୟ ସମ୍ପାଦକଙ୍କ ସମେତ ଅନେକ ନେତା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ମନ୍ତ୍ରୀଙ୍କ ଉପରେ ବର୍ଷି ଥିଲେ।

ନୂଆପଡ଼ା ବିଧାନସଭାରେ ମନ୍ତ୍ରୀଙ୍କୁ କିମ୍ବା ତାଙ୍କ ପୁଅକୁ ଟିକେଟ ଦେଲେ ସମସ୍ତେ ସାମୁହିକ ଇସ୍ତଫା ଦେବେ ବୋଲି କହିଛନ୍ତି ଜିଲ୍ଲା ବିଜେଡ଼ିର ଯୁବ ସଭାପତି ଟିଟୁ ପଣ୍ଡା । ବିଏସକେୱାଇ କାର୍ଡ ଦ୍ୱାରା ଯେଉଁ ରୋଗୀ ମାନେ ରାୟପୁରର ବେସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଆନ୍ତି ସେହି ହସ୍ପିଟାଲ ସହିତ ମିଶି ରୋଗୀ ପିଛା କମିଶନ ମନ୍ତ୍ରୀ ନିଅନ୍ତି ବୋଲି ମଧ୍ୟ ରାଜ୍ୟ ସମ୍ପାଦକ ସରୋଜ ସାହୁ ଅଭିଯୋଗ କରିଛନ୍ତି। ନୂଆପଡ଼ାରେ ମନ୍ତ୍ରୀଙ୍କୁ ବିରୋଧ କରାଯିବ କିନ୍ତୁ ତାଙ୍କ ବଦଳରେ ଆଉ କାହାକୁ ଟିକେଟ ଦେଲେ ସମସ୍ତେ ଏକ ହୋଇ ଲଢ଼ି କରି ବିଜେଡିକୁ ଜିତାଇବୁ ଵୋଲି କହିଛନ୍ତି ବିଜେଡି ନେତା ଭାନୁ ମାଝୀ। ଆଜିର ସାମ୍ବାଦିକ ସମ୍ମିଳନୀ ମନ୍ତ୍ରୀଙ୍କୁ ଅଡୁଆରେ ପକାଇ ପରେ ବୋଲି ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ