Masthead

ନୂଆପଡ଼ା ବିଜେଡିରେ କୁହୁଳୁଛି ଅସନ୍ତୋଷର ଧୂଆଁ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ବିରୋଧ । ନୂଆପଡ଼ା ବିଜେଡିରେ କୁହୁଳୁଛି ଅସନ୍ତୋଷର ଧୂଆଁ। ମନ୍ତ୍ରୀଙ୍କ ବିରୋଧରେ ନିଜ ଦଳ ନେତାଙ୍କ ସାମ୍ବାଦିକ ସମ୍ମିଳନୀ। ମନ୍ତ୍ରୀ ଭ୍ରଷ୍ଟାଚାରରେ ବୁଡି ରହିଛନ୍ତି, ପିସି ନେଇ ଠିକା ଦେଉଛନ୍ତି, ବିଭିନ୍ନ ଠିକା ଚାକିରି କରାଇଦେବା ପାଇଁ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି କର୍ମୀ । ବିଜେଡ଼ିର ଜିଲ୍ଲା ସଭାପତି, ଯୁବ ସଭାପତି, ରାଜ୍ୟ ସମ୍ପାଦକଙ୍କ ସମେତ ଅନେକ ନେତା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ମନ୍ତ୍ରୀଙ୍କ ଉପରେ ବର୍ଷି ଥିଲେ।

ନୂଆପଡ଼ା ବିଧାନସଭାରେ ମନ୍ତ୍ରୀଙ୍କୁ କିମ୍ବା ତାଙ୍କ ପୁଅକୁ ଟିକେଟ ଦେଲେ ସମସ୍ତେ ସାମୁହିକ ଇସ୍ତଫା ଦେବେ ବୋଲି କହିଛନ୍ତି ଜିଲ୍ଲା ବିଜେଡ଼ିର ଯୁବ ସଭାପତି ଟିଟୁ ପଣ୍ଡା । ବିଏସକେୱାଇ କାର୍ଡ ଦ୍ୱାରା ଯେଉଁ ରୋଗୀ ମାନେ ରାୟପୁରର ବେସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଆନ୍ତି ସେହି ହସ୍ପିଟାଲ ସହିତ ମିଶି ରୋଗୀ ପିଛା କମିଶନ ମନ୍ତ୍ରୀ ନିଅନ୍ତି ବୋଲି ମଧ୍ୟ ରାଜ୍ୟ ସମ୍ପାଦକ ସରୋଜ ସାହୁ ଅଭିଯୋଗ କରିଛନ୍ତି। ନୂଆପଡ଼ାରେ ମନ୍ତ୍ରୀଙ୍କୁ ବିରୋଧ କରାଯିବ କିନ୍ତୁ ତାଙ୍କ ବଦଳରେ ଆଉ କାହାକୁ ଟିକେଟ ଦେଲେ ସମସ୍ତେ ଏକ ହୋଇ ଲଢ଼ି କରି ବିଜେଡିକୁ ଜିତାଇବୁ ଵୋଲି କହିଛନ୍ତି ବିଜେଡି ନେତା ଭାନୁ ମାଝୀ। ଆଜିର ସାମ୍ବାଦିକ ସମ୍ମିଳନୀ ମନ୍ତ୍ରୀଙ୍କୁ ଅଡୁଆରେ ପକାଇ ପରେ ବୋଲି ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ