Masthead

ରାହୁଲଙ୍କ ପାଖରେ ୨୦ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚଳିତ ସାଧାରଣ ନିର୍ବାଚନ ପାଇଁ ୱାୟନାଡ଼ ଆସନରୁ ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ସମୟରେ ସତ୍ୟପାଠରେ ତାଙ୍କ ସମ୍ପତ୍ତି ବାବଦରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ତାଙ୍କ ମାଲିକାନାରେ ଗୋଟିଏ ହେଲେ ଗାଡି କି ଫ୍ଲାଟ୍ ନଥିବା ଦର୍ଶାଇଛନ୍ତି। ରାହୁଲଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠ ଅନୁସାରେ, ତାଙ୍କ ପାଖରେ ୨୦ କୋଟି ଟଙ୍କାର ସମ୍ପତ୍ତି ରହିଛି।

ସେଥି ମଧ୍ୟରୁ ୯.୨୪ କୋଟି ମୂଲ୍ୟର ସ୍ଥାବର ଏବଂ ୧୧.୧୫ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ୫୫,୦୦୦ ନଗଦ ଟଙ୍କା, ୨୬.୨୫ ଲକ୍ଷ ବ୍ୟାଙ୍କ ଡିପୋଜିଟ, ବଣ୍ଡ ଏବଂ ଶେଆରରେ ୪.୩୩ କୋଟି, ମ୍ୟୁଚୁଆଲ ଫଣ୍ଡରେ ୩.୮୧ କୋଟି, ଗୋଲ୍ଡ ବଣ୍ଡରେ ୧୫.୨୧ ଲକ୍ଷ ଏବଂ ୪.୨୦ ଲକ୍ଷ ଟଙ୍କାର ଅଳଙ୍କାର ରହିଛି। ଏହା ବ୍ୟତୀତ ଦିଲ୍ଲୀର ମେହେରୁଲିରେ କୃଷି ଜମି ରହିଛି, ଯାହା ସେ ତାଙ୍କ ଭଉଣୀ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ-ମାଲିକାନାରେ ବୋଲି ରାହୁଲ ଗାନ୍ଧି ଉଲ୍ଲେଖ କରିଛନ୍ତି।

ତାଙ୍କର ମଧ୍ୟ ଗୁରୁଗ୍ରାମରେ ୯ କୋଟିରୁ ଅଧିକ ମୂଲ୍ୟର ଅଫିସ ରହିଛି। କିନ୍ତୁ କୃଷି ଜମିକୁ ପୈତୃକ ସମ୍ପତ୍ତି ଭାବରେ ଉଲ୍ଲେଖ କରାଯାଏ ନାହିଁ। ସେହିପରି ତାଙ୍କ ନାଁରେ ଚାଲିଥିବା ମାଲିମକଦ୍ଦମା ବାବଦରେ ମଧ୍ୟ ବିସ୍ତୃତ ବିବରଣୀ ଦେଇଛନ୍ତି ରାହୁଲ ଗାନ୍ଧି। ସୋଶାଲ ମିଡିଆ ପୋଷ୍ଟରେ ଦୁଷ୍କର୍ମ ପୀଡିତାଙ୍କ ପରିବାର ସଦସ୍ୟଙ୍କ ପରିଚୟ ପ୍ରକାଶ କରିଥିବା ଅଭିଯୋଗରେ ତାଙ୍କ ନାଁରେ ପୋକ୍ସ ଅଧୀନରେ ଶିଶୁ ସୁରକ୍ଷା ମାମଲା ଥିବା କହିଛନ୍ତି।  ଏହି ମାମଲା ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିଲ୍ କଭରରେ ଅଛି। ତେଣୁ ଏଫଆଇଆରର ସବିଶେଷ ତଥ୍ୟ ବାବଦରେ ଅବଗତ ନାହିଁ ବୋଲି ରାହୁଲ ଗାନ୍ଧି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଛନ୍ତି, “ମୁଁ ଏଫଆଇଆରରେ ଜଣେ ଅଭିଯୁକ୍ତ ଭାବରେ ଅଛି କି ନାହିଁ ସେକଥା ମଧ୍ୟ ଜାଣିନାହିଁ। ତଥାପି ମୋ ବିରୁଦ୍ଧରେ ଏହି ଅଭିଯୋଗ ଆସିଥିବାରୁ ମୁଁ ଉଲ୍ଲେଖ କରୁଛି।” ସେହିପରି ବିଜେପି ନେତାଙ୍କ ମାନହାନୀ ଅଭିଯୋଗ, ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ସହିତ ଜଡିତ ଅପରାଧିକ ଷଡଯନ୍ତ୍ର ମାମଲା ବାବଦରେ ଉଲ୍ଲେଖ କରିଛନ୍ତି ରାହୁଲ ଗାନ୍ଧି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି