Masthead

ସତ୍ତାରୂଢ ବିଜେପିର ବୈଚାରିକ ଅଭିଭାବକ ଆରଏସଏସ: ରାହୁଲ ଗାନ୍ଧି

ଲଦାଖ (ବଡ଼ ଖବର ବ୍ୟୁରୋ): ପୁଣି ରାହୁଲଙ୍କ ଟାର୍ଗେଟରେ ଆରଏସଏସ । ସତ୍ତାରୂଢ ବିଜେପିର ବୈଚାରିକ ଅଭିଭାବକ ବୋଲି କହି ଉଭୟ ଆରଏସଏସ ଓ ବିଜେପିକୁ ନିଶାଣା ସାଧିଛନ୍ତି ରାହୁଲ ଗାନ୍ଧି । ଲଦାଖରେ ରାହୁଲ ଗାନ୍ଧି ଏପରି ମନ୍ତବ୍ୟ ଦେଇଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ବା ଆରଏସଏସ ଦେଶର ପ୍ରତ୍ୟେକ ଅନୁଷ୍ଠାନରେ ନିଜ ଲୋକଙ୍କୁ ସ୍ଥାନ ଦେଉଛି, ସବୁ କିଛି ଚଳାଉଛି । ଏମିତିକି କେନ୍ଦ୍ର ସରକାରଙ୍କ କୌଣସି ମନ୍ତ୍ରୀଙ୍କୁ ଯଦି ପଚରାଯାଏ ତେବେ ସେମାନେ କହିବେ, ସେମାନେ ବାସ୍ତବରେ ମନ୍ତ୍ରାଳୟକୁ ଚଲାଉନାହାନ୍ତି । ଆରଏସଏସ ଦ୍ୱାରା ନିଯୁକ୍ତ ଲୋକମାନେ ମନ୍ତ୍ରାଳୟକୁ ପରିଚାଳନା କରୁଛନ୍ତି । ଏହି ପରି ଭାବେ ଭାଜପା ତଥା ଆରଏସଏସକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ