Masthead

ଆଜି ଦେବଦମ୍ପତିଙ୍କ ବାହାଘର

ସମ୍ବଲପୁର (ବଡ଼ ଖବର ବ୍ୟୁରୋ):  ସରିଲା ମଙ୍ଗନ, ଆଜି ବାହାଘର । ପାର୍ବତୀଙ୍କ ଘରକୁ ବର ବେଶରେ ଯିବେ ଦେବଦେବ ମହାଦେବ । ଏତ୍ସବ ମୁଖର ରାଜ୍ୟର ସମସ୍ତ ଶୈବ ପୀଠ । ବିଳମ୍ବିତ ରାତିରେ ପଡିବ ହାତଗଣ୍ଠି । ଆଜି ଶିବ ବିବାହ ଶୀତଳ ଷଷ୍ଠୀ । କିଛି ସମୟ ପରେ ନନ୍ଦପଡାର ବାବା ବାଲୁଙ୍କେଶ୍ୱର, ଝାଡୁଆପଡାର ବାବା ଜାଗେଶ୍ୱର, ମୋଦୀପଡାର ବାବା ଲୋକନାଥ, ଠାକୁରପଡାର ବାବା ଗୁପ୍ତେଶ୍ଵର, ବୁଢ଼ାରଜାର ବାବା ପାହାଡେଶ୍ୱର ବିବାହ ପାଇଁ ବର ବେଶରେ ବାହାରିବେ ।

ଏଥିପାଇଁ ସମସ୍ତ ଶିବ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି । ସନ୍ଧ୍ୟାରେ ସମ୍ବଲପୁର ସହରର ପ୍ରାୟ ୨୦ ରୁ ଅଧିକ ଶିବ ମନ୍ଦିରରୁ ବାହାରିବେ ବରଯାତ୍ରୀ ଦଳ । ଅପରାହ୍ନରୁ ଦେବଦେବ ମହାଦେବଙ୍କୁ ବରବେଶ କରାଯିବ । ପ୍ରଥା ପରମ୍ପରା ଅନୁଯାୟୀ ବିଭିନ୍ନ ଶିବ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ବରଯାତ୍ରୀରେ ସାମିଲ ପାଇଁ ସହରର ସମସ୍ତ ଦେବଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି । ବାଜା, ବାଣ, ରୋଷଣୀ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳାର ରଥରେ ବସି ବର ବେଶରେ ବାହାରିବେ ଦେବଦେବ ମହାଦେବ ।

ଏପଟେ ବରଯାତ୍ରୀଙ୍କୁ ସ୍ୱାଗତ ପାଇଁ କନ୍ୟାଘର ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି । ବିବାହ ପରେ ଆସନ୍ତାକାଲି ଶଶୁର ଘରେ ରହିବେ ମହାଦେବ । ପରେ ବିଳମ୍ବିତ ରାତ୍ରିରୁ ଆରମ୍ଭ ହେବ ଦେବ ଦମ୍ପତିଙ୍କ ନଗର ପରିକ୍ରମା । ଆସନ୍ତା୨୬ରେ ଦିନ ତମାମ ନଗର ପରିକ୍ରମା କାର୍ଯ୍ୟକ୍ରମ ଜାରି ରହିବ । ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବେ ଦେବ ଦେବ ମହାଦେବ ଓ ମାତା ପାର୍ବତୀ । ବରଯାତ୍ରୀ ଠାରୁ ଆରମ୍ଭ କରି ମନ୍ଦିର ପ୍ରବେଶ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ସାମିଲ ହେବେ । ଭିଡ କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି