Masthead

ଆଜି ଦେବଦମ୍ପତିଙ୍କ ବାହାଘର

ସମ୍ବଲପୁର (ବଡ଼ ଖବର ବ୍ୟୁରୋ):  ସରିଲା ମଙ୍ଗନ, ଆଜି ବାହାଘର । ପାର୍ବତୀଙ୍କ ଘରକୁ ବର ବେଶରେ ଯିବେ ଦେବଦେବ ମହାଦେବ । ଏତ୍ସବ ମୁଖର ରାଜ୍ୟର ସମସ୍ତ ଶୈବ ପୀଠ । ବିଳମ୍ବିତ ରାତିରେ ପଡିବ ହାତଗଣ୍ଠି । ଆଜି ଶିବ ବିବାହ ଶୀତଳ ଷଷ୍ଠୀ । କିଛି ସମୟ ପରେ ନନ୍ଦପଡାର ବାବା ବାଲୁଙ୍କେଶ୍ୱର, ଝାଡୁଆପଡାର ବାବା ଜାଗେଶ୍ୱର, ମୋଦୀପଡାର ବାବା ଲୋକନାଥ, ଠାକୁରପଡାର ବାବା ଗୁପ୍ତେଶ୍ଵର, ବୁଢ଼ାରଜାର ବାବା ପାହାଡେଶ୍ୱର ବିବାହ ପାଇଁ ବର ବେଶରେ ବାହାରିବେ ।

ଏଥିପାଇଁ ସମସ୍ତ ଶିବ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି । ସନ୍ଧ୍ୟାରେ ସମ୍ବଲପୁର ସହରର ପ୍ରାୟ ୨୦ ରୁ ଅଧିକ ଶିବ ମନ୍ଦିରରୁ ବାହାରିବେ ବରଯାତ୍ରୀ ଦଳ । ଅପରାହ୍ନରୁ ଦେବଦେବ ମହାଦେବଙ୍କୁ ବରବେଶ କରାଯିବ । ପ୍ରଥା ପରମ୍ପରା ଅନୁଯାୟୀ ବିଭିନ୍ନ ଶିବ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ବରଯାତ୍ରୀରେ ସାମିଲ ପାଇଁ ସହରର ସମସ୍ତ ଦେବଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି । ବାଜା, ବାଣ, ରୋଷଣୀ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳାର ରଥରେ ବସି ବର ବେଶରେ ବାହାରିବେ ଦେବଦେବ ମହାଦେବ ।

ଏପଟେ ବରଯାତ୍ରୀଙ୍କୁ ସ୍ୱାଗତ ପାଇଁ କନ୍ୟାଘର ପକ୍ଷରୁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି । ବିବାହ ପରେ ଆସନ୍ତାକାଲି ଶଶୁର ଘରେ ରହିବେ ମହାଦେବ । ପରେ ବିଳମ୍ବିତ ରାତ୍ରିରୁ ଆରମ୍ଭ ହେବ ଦେବ ଦମ୍ପତିଙ୍କ ନଗର ପରିକ୍ରମା । ଆସନ୍ତା୨୬ରେ ଦିନ ତମାମ ନଗର ପରିକ୍ରମା କାର୍ଯ୍ୟକ୍ରମ ଜାରି ରହିବ । ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବେ ଦେବ ଦେବ ମହାଦେବ ଓ ମାତା ପାର୍ବତୀ । ବରଯାତ୍ରୀ ଠାରୁ ଆରମ୍ଭ କରି ମନ୍ଦିର ପ୍ରବେଶ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ସାମିଲ ହେବେ । ଭିଡ କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ