Masthead

ତାଲିବାନର ଆତଙ୍କ, ଖାଦ୍ୟ ଅଭାବରୁ ଆଫଗାନିସ୍ତାନରେ ହାହାକାର

(ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀ ସଂଗଠନ ତାଲିବାନ ଆଫଗାନିସ୍ତାନ ଅଧିକାର କରିବା ପରେ ସାଧାରଣ ଲୋକଙ୍କ ଜୀବନଯାତ୍ରା ଦୁର୍ବିସହ ହୋଇପଡିଛି । ବିଶେଷ କରି ଖାଦ୍ୟ ବିନା ଲୋକେ ହନ୍ତସନ୍ତ ହେଉଛନ୍ତି । ଏ ଭଳି ସଙ୍କଟ ସମୟରେ ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ ମାନବିକତା ଦୃଷ୍ଟିରୁ ନାଟୋ ଦେଶମାନେ ଆଗେଇ ଆସିଛନ୍ତି । ଆଫଗାନିସ୍ତାନ ସୀମାକୁ ଲାଗିରହିଥିବା ଦେଶଗୁଡିକ ସେମାନଙ୍କର ସୀମାନ୍ତ ଖୋଲା ରଖିବାକୁ ପରାମର୍ଶ ଦେଇଛନ୍ତି ।

ତାଲିବାନ ଶାସନରେ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହେଉଥିବାରୁ ଆଫଗାନବାସୀଙ୍କୁ ପଡୋଶୀମାନେ ଶରଣ ଦେବାର ଆବଶ୍ୟକତା ରହିଛି ବୋଲି ନାଟୋ ଦେଶ ସମୂହ କହିଛନ୍ତି । ଇରାନ୍, ପାକିସ୍ତାନ, ତାଜକିସ୍ତାନ ନାଗରିକମାନଙ୍କୁ ସେମାନଙ୍କର ସରକାର ସ୍ୱଦେଶ ଫେରାଇ ନେଇ ସାରିଲେଣି । ଏବେ ଆଫଗାନିସ୍ତାନର ମିଲିୟନରୁ ଅଧିକ ଲୋକ ଖାଦ୍ୟାଭାବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲେଣି ।

ଅଗଷ୍ଟ ୩୧ ସୁଦ୍ଧା ଆମେରିକା ତା’ର ସୈନ୍ୟ ଓ ନାଗରିକମାନଙ୍କୁ ଫେରାଇ ନେବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ ଦୋହରାଇଛନ୍ତି । ଏଥିରେ ତାଲିବାନ ପ୍ରତିବନ୍ଧକ ସୃଷ୍ଟି କଲେ ପରିଣତି ଭୟଙ୍କର ହେବ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ