Masthead

ସହିଦ ପତ୍ନୀଙ୍କ ମନ ବୁଝିଲା ସେନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସ୍ୱାମୀଙ୍କ ମୃତ୍ୟୁପରେ ସ୍ତ୍ରୀଙ୍କ ଇଚ୍ଛା ପୂରଣ କଲା ଭାରତୀୟ ସେନା । ସାଥୀ ଅଫିସରଙ୍କୁ ଦିଆଗଲା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଭାରତୀୟ ସେନାର ଏଭଳି ମହନୀୟତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ୨୦୧୯ ପୁଲୱାମା ଆକ୍ରମଣରେ ସହିଦ ହୋଇଥିଲେ ମେଜର ବିଭୂତିଶଙ୍କର ଧୁନଦୟାଲ । ସୌର୍ଯ୍ୟଚକ୍ର ଉପାଧିରେ ଭୂଷିତ ବିଭୂତିଶଙ୍କରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ନିକିତା କାଉର ଭାଙ୍ଗି ପଡ଼ିଥିଲେ । ମାତ୍ର ସ୍ୱାମୀଙ୍କ ସମାଧିସ୍ଥଳରେ ଦିବାରାତି ଗୁମୁରି ଗୁମୁରି କାନ୍ଦୁଥିଲେ । ସେନା ପୋଷାକ ପରିଧାନ କରି ସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ଥିଲା ।

ମାତ୍ର ମନର କଥା କାହାକୁ କହିପାରୁ ନଥିଲେ । ସ୍ୱାମୀଙ୍କୁ ଝୁରି ଝୁରି କେବଳ କାନ୍ଦୁଥିଲେ । ବିସ୍ତବ୍ଧ ରାତିରେ ନିକିତାଙ୍କ ବୁକୁଫଟା କ୍ରନ୍ଦନ ଘରର ଚାରିକାନ୍ଥଭିତରେ ସୀମିତ ରହିଲା ନାହିଁ । ସେନାର କାନରେ ବାଜିଲା । ଆଉ ତାଙ୍କ ଇଚ୍ଛା ପୂରଣ ପାଇଁ ଆଗେଇ ଆସିଲା ସେନା । ସ୍ୱତନ୍ତ୍ର ଭାବେ ନିକିତାଙ୍କ ପାଇଁ ତିଆରି ହେଲା ସେନା ପୋଷାକ । ସେନାର ଅଫିସର ପୋଷାକ ପରିଧାନ କରି ସେନା କର୍ମଚାରୀ ଓ ଅଫିସରଙ୍କ ଗହଣରେ ନିକିତା ତାଙ୍କ ସ୍ୱାମୀଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ପୁଲୱାମା ଘଟଣାରେ ଆଜିକୁ ପୂରିଛି ଦୁଇବର୍ଷ । ଦୁଇବର୍ଷର ପ୍ରତୀକ୍ଷା ନିକିତାଙ୍କର ଶେଷ ହୋଇଛି । ସ୍ୱାମୀ ବିଭୂତିଶଙ୍କରଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ସେନା ପୋଷାକରେ ନିକିତା ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ସେନା ମଧ୍ୟ ନିକିତାଙ୍କୁ ଆପଣେଇ ନେଇଛି । ନିକିତାଙ୍କୁ ସେନାବାହିନୀରେ ନିଯୁକ୍ତି ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି