Masthead

ସର୍ତ୍ତ ଜିତିବା ପଡିଲା ମହଙ୍ଗା, ୨ ଲକ୍ଷ ପାଇଁ ପିଇଲେ ୧ ଲିଟର ମଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିକାଲି ଲୋକେ ପ୍ରତିଯୋଗିତା ପାଇଁ ବିଭିନ୍ନ ସ୍ତରକୁ ପାର କରିଯା’ନ୍ତି । କିନ୍ତୁ ଆପଣ ଜାଣନ୍ତି କି  ଏଥିପାଇଁ କାହା ଜୀବନ ମଧ୍ୟ ଚାଲିଯାଇଛି । ଏକଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ବେଜିଂର ଜଣେ ବ୍ୟକ୍ତି ଏଭଳି ଏକ ପ୍ରତିଯୋଗିତା ପାଇଁ ନିଜ ପ୍ରାଣ ହରାଇଛନ୍ତି । ୨ଲକ୍ଷ ପୁରସ୍କାର ପାଇବା ପାଇଁ ଜଣେ ବ୍ୟକ୍ତି ଏକାଥରେ ୧ ଲିଟର ମଦ ପିଇଦେଇଥିଲେ । ଯାହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । କିନ୍ତୁ ଚିକିତ୍ସା ପରେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ବ୍ୟକ୍ତି ଜଣଙ୍କ ନାମ ହେଉଛନ୍ତି ଝାଙ୍ଗ, ଦକ୍ଷିଣ ଚାଇନାର ଏକ କମ୍ପାନୀ ରେ ସେ ଚାକିରୀ କରଉଥିଲେ । ଏକ କମ୍ପାନୀ ଡିନର ପାର୍ଟିରେ ସେ ସାମିଲ ହୋଇଥିଲେ, ସେଠାରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

ପ୍ରତିଯୋଗିତାଟି ଏହା ଥିଲା କି, ଯିଏ ସବୁଠୁ ଅଧିକ ମଦ ପିଇବେ ତାଙ୍କୁ ୨୦ ହଜାର ୟୁଆନ୍‌ ଅର୍ଥାତ୍‌ ୨.୨୮ ଲକ୍ଷ ଟଙ୍କା ପୁରସ୍କାର ସ୍ବରୂପ ମିଳିବ। ପ୍ରତିଯୋଗିତାରେ ହାରିଲେ ସମସ୍ତ କର୍ମଚାରୀଙ୍କୁ ୧୦ ହଜାର ୟୁଆନ୍‌ ଅର୍ଥାତ୍‌ ୧.୧୫ ଲକ୍ଷ ଟଙ୍କାର ଚା’ ପିଆଇବାକୁ ପଡ଼ିବ ବୋଲି ସର୍ତ୍ତ ରଖିଥିଲେ। ପ୍ରତିଯୋଗିତା ଆରମ୍ଭ ହେବା ପରେ ଝାଙ୍ଗଙ୍କ ସହିତ କିଛି କର୍ମଚାରୀ ଏଥିରେ ଭାଗ ନେଇଥିଲେ। ହେଲେ ଝାଙ୍ଗ ୧୦ ମିନିଟ୍‌ ଭିତରେ ପ୍ରାୟ ୧ ଲିଟର ମଦ ପିଇଦେଇଥିଲେ। ତା’ପରେ ସେ ସେଠାରେ ମୂର୍ଚ୍ଛା ହୋଇ ତଳେ ପଡ଼ିଯାଇଥିଲେ। ସେଠାରେ ଡାକ୍ତରମାନେ ବଞ୍ଚାଇବାକୁ ବହୁତ ଚେଷ୍ଟା କରିବା ସତ୍ତ୍ୱେ ବି ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାର ପରଦିନ ହିଁ ସେହି କମ୍ପାନୀ ବନ୍ଦ ହୋଇଗଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI