Masthead

ସର୍ତ୍ତ ଜିତିବା ପଡିଲା ମହଙ୍ଗା, ୨ ଲକ୍ଷ ପାଇଁ ପିଇଲେ ୧ ଲିଟର ମଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିକାଲି ଲୋକେ ପ୍ରତିଯୋଗିତା ପାଇଁ ବିଭିନ୍ନ ସ୍ତରକୁ ପାର କରିଯା’ନ୍ତି । କିନ୍ତୁ ଆପଣ ଜାଣନ୍ତି କି  ଏଥିପାଇଁ କାହା ଜୀବନ ମଧ୍ୟ ଚାଲିଯାଇଛି । ଏକଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ବେଜିଂର ଜଣେ ବ୍ୟକ୍ତି ଏଭଳି ଏକ ପ୍ରତିଯୋଗିତା ପାଇଁ ନିଜ ପ୍ରାଣ ହରାଇଛନ୍ତି । ୨ଲକ୍ଷ ପୁରସ୍କାର ପାଇବା ପାଇଁ ଜଣେ ବ୍ୟକ୍ତି ଏକାଥରେ ୧ ଲିଟର ମଦ ପିଇଦେଇଥିଲେ । ଯାହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । କିନ୍ତୁ ଚିକିତ୍ସା ପରେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ବ୍ୟକ୍ତି ଜଣଙ୍କ ନାମ ହେଉଛନ୍ତି ଝାଙ୍ଗ, ଦକ୍ଷିଣ ଚାଇନାର ଏକ କମ୍ପାନୀ ରେ ସେ ଚାକିରୀ କରଉଥିଲେ । ଏକ କମ୍ପାନୀ ଡିନର ପାର୍ଟିରେ ସେ ସାମିଲ ହୋଇଥିଲେ, ସେଠାରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

ପ୍ରତିଯୋଗିତାଟି ଏହା ଥିଲା କି, ଯିଏ ସବୁଠୁ ଅଧିକ ମଦ ପିଇବେ ତାଙ୍କୁ ୨୦ ହଜାର ୟୁଆନ୍‌ ଅର୍ଥାତ୍‌ ୨.୨୮ ଲକ୍ଷ ଟଙ୍କା ପୁରସ୍କାର ସ୍ବରୂପ ମିଳିବ। ପ୍ରତିଯୋଗିତାରେ ହାରିଲେ ସମସ୍ତ କର୍ମଚାରୀଙ୍କୁ ୧୦ ହଜାର ୟୁଆନ୍‌ ଅର୍ଥାତ୍‌ ୧.୧୫ ଲକ୍ଷ ଟଙ୍କାର ଚା’ ପିଆଇବାକୁ ପଡ଼ିବ ବୋଲି ସର୍ତ୍ତ ରଖିଥିଲେ। ପ୍ରତିଯୋଗିତା ଆରମ୍ଭ ହେବା ପରେ ଝାଙ୍ଗଙ୍କ ସହିତ କିଛି କର୍ମଚାରୀ ଏଥିରେ ଭାଗ ନେଇଥିଲେ। ହେଲେ ଝାଙ୍ଗ ୧୦ ମିନିଟ୍‌ ଭିତରେ ପ୍ରାୟ ୧ ଲିଟର ମଦ ପିଇଦେଇଥିଲେ। ତା’ପରେ ସେ ସେଠାରେ ମୂର୍ଚ୍ଛା ହୋଇ ତଳେ ପଡ଼ିଯାଇଥିଲେ। ସେଠାରେ ଡାକ୍ତରମାନେ ବଞ୍ଚାଇବାକୁ ବହୁତ ଚେଷ୍ଟା କରିବା ସତ୍ତ୍ୱେ ବି ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାର ପରଦିନ ହିଁ ସେହି କମ୍ପାନୀ ବନ୍ଦ ହୋଇଗଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା